Advertisment

କାର୍ ଓଲଟି ୨ ମୃତ, ଜଣେ ଗୁରୁତର

ବାଟରେ ଯିବାବେଳେ କାରଟି ଭାରସାମ୍ୟ ହରାଇ ରାସ୍ତାରୁ ପ୍ରାୟା ୧୦ ଫୁଟ୍‌ ତଳକୁ ଓଲଟି ପଡ଼ିଥିଲା।

author-image
Biswajit Samal
ଅଦ୍ୟତନ ହୋଇଛି
Car

Car

କାର୍ ଓଲଟି ଦୁଇ ମୃତ ଜଣେ ଗୁରୁତର। ଘଟଣାଟି ହେଉଛି ବରଗଡ଼ ଜିଲ୍ଲା ପାଇକମାଳରୁ ପଦ୍ମପୁରକୁ ଯିବା ବାଟରେ ଭଗତପୁର ଛକ ନିକଟରେ। ମୃତକ ଦ୍ବୟ ହେଲେ ଘନଶ୍ୟାମ ପାଣ୍ଡେ (୪୮) ଓ ବି.ବାଳକୃଷ୍ଣ ରାଓ (୪୬)। ତାଙ୍କ ଘରହେଉଛି ନୂଆପଡ଼ା ଜିଲ୍ଲା ଖରିଆରୋଡ଼ ଅଞ୍ଚଳରେ।

Advertisment

ଆଜି ଗୋଟିଏ ଟାଟା ଟିଆଗୋ କାରରେ ତିନି ବନ୍ଧୁ ଘନଶ୍ୟାମ ପାଣ୍ଡେ, ବି.ବାଳକୃଷ୍ଣ ରାଓ ଓ ପରମାନନ୍ଦ ରାଉତ କୌଣସି କାମରେ ପାଇକମାଳରୁ ପଦ୍ମପୁରକୁ ଯାଉଥିଲେ। ବାଟରେ ଯିବାବେଳେ କାରଟି ଭାରସାମ୍ୟ ହରାଇ ରାସ୍ତାରୁ ପ୍ରାୟା ୧୦ ଫୁଟ୍‌ ତଳକୁ ଓଲଟି ପଡ଼ିଥିଲା। ରାସ୍ତା କଡ଼ରେ ଥିବା ଜଙ୍ଗଲରେ ପଡ଼ି କାରଟି ଭାଙ୍ଗି ଯାଇଥିଲା। ସେଇ ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକ ଦେଖି କାରରୁ ତିନିଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସାରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ଘନଶ୍ୟାମ ପାଣ୍ଡେ ଓ ବି.ବାଳକୃଷ୍ଣ ରାଓଙ୍କୁ ମୃତ ଘୋଷଣା କରିଥିବା ସହିତ ପରମାନନ୍ଦ ରାଉତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କହିଥିଲେ।

ପାଇକମାଳ ଥାନା ପୁଲିସ ଖବର ପାଇ ଦୁର୍ଘଟଣା ସ୍ଥଳରେ ପହଞ୍ଚି କାରଟିକୁ ଉଦ୍ଧାର କରି ଥାନାକୁ ନେଇଥିଲା। ପରେ ମେଡିକାଲରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ପୁଲିସ।

Advertisment
Accident Road Accident