Advertisment

ବ୍ୟାକ୍‌ କଲା ବେଳେ କେନାଲରେ ପଡ଼ିଗଲା କାର୍‌, ଅଳ୍ପକେ ବର୍ତ୍ତିଗଲେ ଏସ୍‌ବିଆଇ ଲାଇଫ୍‌ ମ୍ୟାନେଜର

କ୍ରେନ ସହାୟତାରେ ଗାଡ଼ିଟିକୁ ଉପରକୁ ଅଣାଯାଇଥିଲା।

Accident

Accident

Advertisment

ବ୍ୟାକ୍ କଲାବେଳେ ହ୍ୟାଣ୍ଡ ବ୍ରେକ୍‌ ଫେଲ୍ ହୋଇଯିବାରୁ କେନାଲ ମଧ୍ୟକୁ ଖସି ପଡ଼ିଲା କାର। ହେଲେ ଅଳ୍ପକେ ବର୍ତ୍ତିଗଲେ ଏହାକୁ ଚଲାଉଥିବା ଏସ୍‌ବିଆଇ ଲାଇଫର ଜଣେ ମ୍ୟାନେଜର। ଘଟଣାଟି ଘଟିଛି ଜଗତସିଂହପୁର ସହରରେ।

Advertisment

ସହରର ସେଣ୍ଟ୍ରାଲ ମାର୍କେଟ ନିକଟରେ ଅଛି ଏସବିଆଇ ଲାଇଫ୍ କାର୍ଯ୍ୟାଳୟ। ଏହାର ମ୍ୟାନେଜର ମନୋଜ ତ୍ରିପାଠୀ ସେଠାରେ ତାଙ୍କ କାର୍‌ ପାର୍କ କରିବା ପାଇଁ ବ୍ୟାକ୍‌ କରୁଥିବା ବେଳେ ହ୍ୟାଣ୍ଡ ବ୍ରେକ୍‌ କାମ କରିନଥିଲା। ଫଳରେ କାର୍‌ଟି ନିକଟରେ ଥିବା କେନାଲ ମଧ୍ୟକୁ ଖସି ଯାଇଥିଲା। ସୌଭାଗ୍ୟବଶତଃ ମନୋଜ ତ୍ରିପାଠୀ କାରରୁ ବାହାରି ଆସିବାରେ ସଫଳ ହୋଇଥିଲେ।

ପ୍ରଥମେ ସ୍ଥାନୀୟ ଲୋକେ ଦଉଡ଼ି ବାନ୍ଧି କାର୍‌ଟିକୁ ଉପରକୁ ଆଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ ବିଫଳ ହୋଇଥିଲେ। ତେଣୁ କ୍ରେନ ସହାୟତାରେ ଗାଡ଼ିଟିକୁ ଉପରକୁ ଅଣା ଯାଇଥିଲା।

Advertisment
Road Accident Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe