Advertisment

ପିକ୍‌ନିକ୍‌ କରିବାକୁ ଯାଉଥିଲେ, କେନାଲରେ ଖସିପଡ଼ିଲା କାର୍‌

ଆଜି ଭୋରରେ କୋରାପୁଟର ବୋରିଗୁମ୍ମାର ଜୟନ୍ତଗିରିଠାରେ ଘଟିଥିଲା ଏହି ଦୁର୍ଘଟଣା।

author-image
Jitendra Garnayak
ଅଦ୍ୟତନ ହୋଇଛି
Car

Car

୫ ଜଣ ସାଙ୍ଗ ପିକ୍‌ନିକ୍ କରିବା ପାଇଁ ନୂଆପଡ଼ାରୁ କୋରାପୁଟର ଦେଓମାଳି ଅଭିମୁଖେ ଯାଉଥିବା ବେଳେ ବାଟରେ କେନାଲ୍ ଭିତରକୁ ପଶିଗଲା କାର୍‌। ତେବେ ସୌଭାଗ୍ୟ ବଶତଃ ସେମାନେ ସମସ୍ତେ ବଞ୍ଚି ଯାଇଛନ୍ତି ଓ କାର୍‌ଟିକୁ କ୍ରେନ୍ ସାହାଯ୍ୟରେ କେନାଲ୍‌ରୁ ବାହାର କରାଯାଇଛି।

Advertisment

ଆଜି ଭୋରରେ ୨୬ ନମ୍ବର ଜାତୀୟ ରାଜପଥର ବୋରିଗୁମ୍ମାର ଜୟନ୍ତଗିରିଠାରେ ଘଟିଥିଲା ଏହି ଦୁର୍ଘଟଣା। ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଟିଙ୍କୁ ସାହୁ କହିଛନ୍ତି ଯେ ସେମାନେ ନୂଆପଡ଼ାରୁ ଦେଓମାଳକୁ ପିକ୍‌ନିକ୍‌ କରିବାକୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ରାସ୍ତା ଖରାପ ଥିବାରୁ କାର୍‌ଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡ଼ିଥିଲା।

ତାଙ୍କ ସୂଚନା ଅନୁଯାୟୀ, କେନାଲରେ ଜଳସ୍ତର କମ୍ ଥିବାରୁ ସେମାନେ ପହଁରି କୂଳକୁ ପଳାଇ ଆସିଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ କ୍ରେନ୍ ଯୋଗେ କାର୍‌ଟିକୁ କେନାଲରୁ ବାହାର କରିଥିଲା।

Advertisment

ଜୟନ୍ତଗିରିବାସୀ କହିଛନ୍ତି ଯେ ଜାତୀୟ ରାଜପଥରେ ବଡ଼ ବଡ଼ ଖାଲ ହୋଇଥିବା ଯୋଗୁ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ବିଭାଗୀୟ ଅଧିକାରୀ ତୁରନ୍ତ ଏଥିପ୍ରତି ଧ୍ୟାନ ଦେବା ପାଇଁ ସେମାନେ ଅନୁରୋଧ କରିଛନ୍ତି।

Accident Road Accident