Accident
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିକଟ ଗୁରାପଲ୍ଲୀ ଟୋଲ୍ ପ୍ଲାଜା ପାଖ କେଶପୁରରେ ଗତରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଜଣେ ପରିବା ବିକାଳୀଙ୍କୁ ଘୋଷାଡ଼ି ନେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି। ମୃତ ପରିବା ବ୍ୟବସାୟୀଙ୍କ ନାଁ ଲକ୍ଷ୍ମଣ ପାତ୍ର।
ଲକ୍ଷ୍ମଣ ପରିବା ବିକି ସାଇକେଲରେ ନିଜ ଗାଁ ଗୁରାପଲ୍ଲୀକୁ ଫେରିବାବେଳେ କାରଟି ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା। ଏହାପରେ କାର୍ଟି ତାଙ୍କୁ ୫ଶହ ମିଟର ଯାଏଁ ଘୋଷାଡ଼ି ନେଇଥିଲା। ସ୍ଥାନୀୟ ଲୋକେ କାର୍କୁ ଅଟକାଇ ଲକ୍ଷ୍ମଣଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ ପହଞ୍ଚି କାରକୁ ଜବତ କରିବା ସହ କାରର ଡ୍ରାଇଭରଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। କାର ଡ୍ରାଇଭର ଲଙ୍ଗର ଗାଁର ମନୋଜ କୁମାର ତ୍ରିପାଠୀ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us