Advertisment

କଲେଜ ଛାତ୍ରୀଙ୍କ ଉପରେ ମାଡ଼ିଗଲା କାର

କଲେଜ ଯାଉଥିବା ବେଳେ ପ୍ରଭାସିନୀଙ୍କ ଉପରେ ମାଡ଼ିଯାଇଥିଲା କାର।

author-image
Jitendra Garnayak
Car

Car

କଲେଜ ଯିବା ବେଳେ ଛାତ୍ରୀଙ୍କ ଉପରେ ମାଡ଼ିଗଲା କାର୍‌। ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ନନ୍ଦପୁରରେ ଘଟିଛି ଏହି ଦୁର୍ଘଟଣା।

Advertisment

ମୃତ ଛାତ୍ରୀଙ୍କ ନାଁ ପ୍ରଭାସିନୀ ନାୟକ। ସେ ଯୁକ୍ତ ଦୁଇର ଛାତ୍ରୀ ଥିଲେ। ସେ ତଳପଦା ସ୍ଥିତ ମଣିକଲାଲ ମହିଳା କଲେଜରେ ପଢୁଥିଲେ।

ଆଜି ସକାଳ ପ୍ରାୟ ୧୦ଟା ବେଳେ ପ୍ରଭାସିନୀ କଲେଜ ଯାଉଥିବା ବେଳେ ନନ୍ଦପୁର ଛକ ନିକଟରେ କାରଟି ସାମ୍ନାରୁ ଆସି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଡ୍ରାଇଭରକୁ ଧରି ମାଡ଼ ମାରିବା ସହିତ କାରକୁ ଭଙ୍ଗାରୁଜା କରିଥିଲେ।ତା’ ସହିତ ଟାୟାର ଜାଳି ରାସ୍ତାରୋକ କରିଥିଲେ। ପ୍ରଭାସିନୀଙ୍କ କଲେଜର ଛାତ୍ରୀମାନେ ମଧ୍ୟ ରାସ୍ତାରୋକ କରିଥିଲେ।

ତିହିଡ଼ି ବିଡିଓ, ତହସିଲଦାରଙ୍କ ସହିତ ତିହିଡି ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଏହା ସହିତ ରେଡକ୍ରସ୍ ପାଣ୍ଠିରୁ ପ୍ରଭାସିନୀଙ୍କ ପରିବାର ଲୋକଙ୍କୁ ୨୫ ହଜାର ଟଙ୍କା ଦେବା ସହିତ ଅନ୍ୟାନ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ରାସ୍ତାରୋକ ହଟିଥିଲା। ପୁଲିସ୍‌ କାର୍‌ଟିକୁ ଜବତ କରିଥିବା ବେଳେ ଡ୍ରାଇଭରଙ୍କୁ ଥାନାକୁ ନେଇଛି।  

ଭଦ୍ରକରୁ ପାର୍ଥସାରଥୀ ନାୟକଙ୍କ ରିପୋର୍ଟ

Accident Road Accident