Advertisment

ଅନ୍ ଲାଇନ ଟ୍ରେଡିଙ୍ଗରେ ହେଲା କ୍ଷତି; କାଠଯୋଡି ନଦୀକୁ ଡେଇଁ ପଡ଼ିଲେ ଯୁବକ!

ଗତ ବୁଧବାର ଦିନ ୨ଟା ସମୟରେ କୌଣସି କାମରେ କାର୍‌ ନେଇ ଘରୁ ବାହାରିଥିଲେ ତୁଷାର। ତା’ପରଠୁ ସେ ଘରକୁ ଫେରି ନଥିଲେ।

ଅଦ୍ୟତନ ହୋଇଛି
Tushar Bhatt

Tushar Bhatt

Advertisment

ଅନ୍ ଲାଇନ ଟ୍ରେଡିଙ୍ଗରେ କ୍ଷତି ସହିବା ଯୋଗୁ ଜଣେ ଯୁବକ କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ତୁଷାର ଭଟ୍ଟ। ତାଙ୍କ ଘର ଗୁଜରାଟରେ।

Advertisment

ତୁଷାର ଭୁବନେଶ୍ୱରରେ ରହୁଥିଲେ। ସୂଚନା ଅନୁଯାୟୀ, ଗତ ବୁଧବାର ଦିନ ୨ଟା ସମୟରେ କୌଣସି କାମରେ କାର୍‌ ନେଇ ଘରୁ ବାହାରିଥିଲେ ତୁଷାର। ତା’ପରଠୁ ସେ ଘରକୁ ଫେରି ନଥିଲେ।

ଆଜି ସକାଳେ ତୁଷାରଙ୍କ କାର୍ ତ୍ରିଶୁଳିଆ ବ୍ରିଜ ଉପରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ପାଖରେ ହଳେ ଚପଲ ବି ପଡ଼ି ରହିଥିଲା। ବାରଙ୍ଗ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ କରୁଛି।

Advertisment

ଅନ୍ ଲାଇନ ଟ୍ରେଡିଙ୍ଗରେ କ୍ଷତି ସହିବା ପରେ ତୁଷାର ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।ତୁଷାର ନଦୀକୁ ଡେଇଁବା ପୂର୍ବରୁ ଘରକୁ ନିଜର ସେଲଫି ପଠାଇଥିବା ସୂଚନା ମିଳିଛି।

ଖବର ଲେଖାଯିବା ସୁଦ୍ଧା ଼ତୁଷାରଙ୍କର କୌଣସି ପତ୍ତା ମିଳିନାହିଁ। ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି। 

ସୂଚନାଯୋଗ୍ୟ, ଗତ ବୁଧବାର କଟକ ଓଡ଼ିଆ ବଜାର ଅଞ୍ଚଳର ମମତା ସାହୁ ବ୍ରିଜ୍ ଉପରେ ସ୍କୁଟି ଥୋଇ କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଥିଲେ। ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।

Suicide Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe