Advertisment

ରାସ୍ତାରୁ ଭାସିଗଲା କାର୍‌; ଗଛ ଦେଇଛି ସାହାରା

କାର୍‌ଟି ୧୦୦ ମିଟର ପର୍ଯ୍ୟନ୍ତ ବନ୍ୟା ପାଣିରେ ଭାସି ଯାଇ ଏକ ଶାହାଡ଼ା ଗଛରେ ଲାଖି ଯାଇଥିଲା। ଜୀବନ ବିକଳରେ ଜଣେ ଯୁବକ ଶାହାଡ଼ା ଗଛକୁ ଚଢ଼ି ଯାଇଥିଲା। ଅନ୍ୟ ଜଣେ କାର୍‌ ଉପରେ ଠିଆ ହୋଇ ଚିତ୍କାର କରିଥିଲା। ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

Paradip

Paradip

Advertisment

ଉଛୁଳା ବନ୍ୟାପାଣିରେ ରାସ୍ତା ପାର୍‌ ହେଉଥିଲା କାର୍‌। ହେଲା ବନ୍ୟା ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲା କାର୍‌। ଭାସି ଯାଉଥିବା କାର୍‌ଟି ଏକ ଗଛରେ ଲାଖି ଯାଇଥିଲା। ଏହାପରେ ଜୀବନ ବିକଳରେ କାର୍‌ ଛାଡ଼ି ଗଛ ଉପରକୁ ଚଢ଼ି ଯାଇଥିଲେ ଦୁଇ ଜୀବନ। ଏପରି ଘଟଣା ଜଗତସିଂହପୁର ଜିଲ୍ଲାରେ ଘଟିଛି।

Advertisment

ମହାନଦୀରେ ପ୍ରବାହିତ ହେଉଛି ବନ୍ୟା ପାଣି। ଯେଉଁଥିପାଇଁ ରାହାମା-ହରିପୁର ରାସ୍ତାରେ ୩ରୁ ୪ ପୁଟ୍‌ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଆଜି ଅପରାହ୍ନରେ ସେହି ପାଣିରେ ଗୋଟିଏ କାର୍‌ ହରିପୁର ଅଭିମୁଖେ ଯାଉଥିଲା। ତେବେ ରାସ୍ତା ମଝିରେ ଥିବା ଏକ ତଳିଆ ପୋଲରେ କାର୍‌ଟି ଫସି ଯାଇଥିଲା। ବନ୍ୟା ପାଣିର ସ୍ରୋତରେ କାର୍‌ଟି ଭାସି ଯାଇଥିଲା।

କାର୍‌ଟି ୧୦୦ ମିଟର ପର୍ଯ୍ୟନ୍ତ ବନ୍ୟା ପାଣିରେ ଭାସି ଯାଇ ଏକ ଶାହାଡ଼ା ଗଛରେ ଲାଖି ଯାଇଥିଲା। ଜୀବନ ବିକଳରେ ଜଣେ ଯୁବକ ଶାହାଡ଼ା ଗଛକୁ ଚଢ଼ି ଯାଇଥିଲା। ଅନ୍ୟ ଜଣେ କାର୍‌ ଉପରେ ଠିଆ ହୋଇ ଚିତ୍କାର କରିଥିଲା। ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ଓ ଓଡ୍ରାଫ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରିଛି।

Advertisment

ସେପଟେ ପାରାଦୀପ ନେହରୁବଙ୍ଗଳା ରାସ୍ତାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ସ୍କୁଟିକୁ ପଛରୁ ଧକ୍କା ଦେଲା ୧୮ ଚକିଆ ଟ୍ରକ୍‌। ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ କରିଥିଲେ। ପାରାଦୀପ ମେରାଇନ୍‌ ଥାନା ପୁଲିସ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି। ମୃତକ ସ୍କୁଟି ଚାଳକ ପାରାଦୀପ ପୋର୍ଟ ଜବାହର ଗେଷ୍ଟ ହାଉସର ସିକ୍ୟୁରିଟି ଗାର୍ଡ ଗଣେଶ ଲେଙ୍କା ବୋଲି ଜଣାପଡିଛି

ରିପୋର୍ଟ- ପାରାଦୀପରୁ ରମାକାନ୍ତ ନାୟକ

Jagatsinghpur Paradip
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe