Advertisment

କାର୍‌ରୁ ହଠାତ ବାହାରି ଗଲା ଟାୟାର, ଚାଲିଗଲା ଭାଇ-ଭଉଣୀଙ୍କ ସମେତ ୩ ଜଣଙ୍କ ଜୀବନ

ଗାଡ଼ିର ଗୋଟିଏ ଚକା ବାହାରି ଯିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡ଼ି ଭିତରୁ ୩ ଜଣ ଯାକ ଯାତ୍ରୀ ବାହାରକୁ ଛିଟିକି ପଡ଼ିଥିଲେ।

author-image
Hemant Lenka
Punjab

Punjab

ଜାତୀୟ ରାଜପଥରେ ଦ୍ରୁତଗତିରେ ଯାଉଥିଲା କାର। ଗାଡ଼ିରେ ଡ୍ରାଇଭରଙ୍କୁ ମିଶାଇ ରହିଥିଲେ ୪ ଜଣ। ହଠାତ୍‌ ଅଧାରାସ୍ତାରେ ଘଟିଥିଲା ଅଘଟଣ। ଗାଡ଼ିଟି ରାସ୍ତାରେ ଯାଉଥିବା ବେଳେ ଏହାର ଗୋଟିଏ ଟାୟାର ବାହାରି ଯାଇଥିଲା।

Advertisment

ଆଉ ତା’ ପରେ ଘଟିଥିଲା ଭୟଙ୍କର ଦୁଘର୍ଟଣା। କାର ଭିତରୁ ବାହାରକୁ ଛିଟିକି ପଡ଼ିଥିଲେ ଦୁଇ ଜଣ ଯୁବତୀ ଓ ଜଣେ ଯୁବକ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୩ ଜଣ ପ୍ରାଣ ହରାଇଛନ୍ତି। କାନାଡାର ମିଲ୍ଲ କୋଭେ ଠାରେ ଏପରି ଘଟଣା ଘଟିଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ଜଣ ପଞ୍ଜାବର। ସେମାନେ କାନାଡାରେ ପାଠ ପଢ଼ିବାକୁ ଯାଇଥିଲେ। ହେଲେ ଦୁର୍ଘଟଣାରେ ୩ ଜଣ ଯାକ ପ୍ରାଣ ହରାଇଛନ୍ତି।

ମୃତକଙ୍କ ମଧ୍ୟରେ ଦୁଇ ଜଣ ହେଉଛନ୍ତି ଭାଇ ଓ ଭଉଣୀ। ଲୁଧିଆନା ଅନ୍ତର୍ଗତ ମାଲାଉଦ ଗାଁର ୨୩ ବର୍ଷୀୟ ହରମନ ସୋମାଲ କାନାଡାରେ ପାଠ ପଢ଼ିବା ସହ ମୋନକଟନରେ ଥିବା ଡେକୟାରରେ କାମ କରନ୍ତି। ତାଙ୍କ ଭଉଣୀ ନବଜୋତ ସୋମାଲ କିଛି ମାସ ତଳେ ପାଠପଢ଼ା ଭିସା ନେଇ କାନାଡା ଯାଇଥିଲେ। ତୃତୀୟ ମୃତକ ଜଣଙ୍କ ହେଲେ ୨୩ ବର୍ଷୀୟ ରଶମଦୀପ କୌର। ତାଙ୍କ ବାପା ମା’ ସଙ୍ଗରୁର ଜିଲ୍ଲାର ସାମାନାରେ ସରକାରୀ ଶିକ୍ଷକ ଭାବେ କାମ କରନ୍ତି।

Advertisment

ରୟାଲ କାନାଡିଆନ ପୁଲିସ୍‌ର ସୂଚନା ଅନୁଯାୟୀ, ଘଟଣାଟି ଜୁଲାଇ ୨୭ ତାରିଖ ରାତି ୯.୩୫ରେ ଜାତୀୟ ରାଜପଥ ୨ରେ ଘଟିଛି। ଗାଡ଼ିର ଗୋଟିଏ ଚକା ବାହାରି ଯିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡ଼ି ଭିତରୁ ୩ ଜଣ ଯାକ ଯାତ୍ରୀ ବାହାରକୁ ଛିଟିକି ପଡ଼ିଥିଲେ।

ରାସ୍ତାରେ ପିଟି ହୋଇ ସେମାନଙ୍କର ମୃତ୍ୟୁ ହୋଇଛି। ଡ୍ରାଇଭର ଜଣଙ୍କ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କର ଚିକିତ୍ସା ନିକଟସ୍ଥ ହସ୍ପିଟାଲରେ ଚାଲିଛି। ଅଧିକାରୀମାନେ ଏବେ ଘଟଣାର ଅଧିକ ତଦନ୍ତ କରୁଛନ୍ତି।

Accident Punjab Canada