Advertisment

Accident: ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌

ଜାତୀୟ ରାଜପଥ ପାର୍ଶ୍ୱରେ ଛିଡ଼ା ହୋଇଥିବା ସିମେଣ୍ଟ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ଡଷ୍ଟ ବୋଝେଇ ଟ୍ରକ୍‌। ଏହି ଦୁର୍ଘଟଣାରେ ଦୁଇ ଟ୍ରକର ଡ୍ରାଇଭର ଗୁରୁତର ହୋଇଛନ୍ତି।

Accident

ଦୁର୍ଘଟଣାରେ ଓଲଟି ପଡ଼ିଛି ସିମେଣ୍ଟ ବୋଝେଇ ଟ୍ରକ୍‌

Advertisment

ଜାତୀୟ ରାଜପଥ ପାର୍ଶ୍ୱରେ ଛିଡ଼ା ହୋଇଥିବା ସିମେଣ୍ଟ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ଡଷ୍ଟ ବୋଝେଇ ଟ୍ରକ୍‌। ଏହି ଦୁର୍ଘଟଣାରେ ଦୁଇ ଟ୍ରକର ଡ୍ରାଇଭର ଗୁରୁତର ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ତାରିଣୀ ଛକରେ ୬୦ ନମ୍ବର ଜାତୀୟ ରାଜପଥର ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା।ୟ

Advertisment

ସିମେଣ୍ଟ ବୋଝେଇ ଟ୍ରକ୍‌ଟି ବାଲେଶ୍ୱରରୁ ଜଳେଶ୍ୱର ଅଭିମୁଖେ ଯାଉଥିଲା।  ଚକା ଫାଟି ଯିବାରୁ ତାରିଣୀ ଛକ ନିକଟରେ ରାସ୍ତା କଡ଼ରେ ଟ୍ରକ୍‌ଟି ଛିଡ଼ା ହୋଇଥିଲା। ଏକ ଡଷ୍ଟ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଛିଡ଼ା ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା।

ଡଷ୍ଟ ବୋଝେଇ ଟ୍ରକ୍‌ଟି ଏତେ ଜୋରରେ ଧକ୍କା ଦେଲା ଯେ ସିମେଣ୍ଟ ବୋଝେଇ ଟ୍ରକ୍‌ଟି ଓଲଟି ପଡ଼ିଥିଲା। ସିମେଣ୍ଟ ବସ୍ତାଗୁଡ଼ିକ ଡାଲାରୁ ବାହାରି ତଳେ ପଡ଼ିଥିଲା। ଅନ୍ୟପ’ରେ ଡଷ୍ଟ ବୋଝେଇ ଟ୍ରକ୍‌ର ସମ୍ମୁଖ ଭାଗେ ପୂରା ନଷ୍ଟ ହୋଇଯାଇଛି। ତା’ ଭିତରେ ଡ୍ରାଇଭର ଫସି ରହିଯାଇଥିଲେ। 

Advertisment

ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ଭ୍ୟାନ ଓ ଅଗ୍ନିଶମ ବାହିନୀ ପହଞ୍ଚି ଥିଲେ। ସେମାନେ ଉଭୟ ଡ୍ରାଇଭରଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପୁଲିସ ଟ୍ରକ୍‌ ଦୁଇଟିକୁ ଜବତ କରି ଘଟଣାର ତଦନ୍ତ କରୁଛି। 

ଜଳେଶ୍ୱରରୁ ଅଜିତ କୁମାର ଦାସଙ୍କ ରିପୋର୍ଟ 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe