Advertisment

୩୦ ଘଣ୍ଟା ପରେ ମିଳିଲା ଚନ୍ଦନଙ୍କ ମୃତଦେହ; କୁନି ଝିଅର ମିଳୁନି ପତ୍ତା

ଚନ୍ଦନ ମରିବା ପୂର୍ବରୁ ନିଜ ବଡ଼ ଭଉଣୀକୁ ନିଜ ଝିଅକୁ ଧରି ନଦୀକୁ ଡେଇଁବାକୁ ଯାଉଛି ବୋଲି କହିଥିଲେ।

author-image
Tapaswini Nayak
Bhadrak

Bhadrak

ପ୍ରାୟ ୩୦ ଘଣ୍ଟା ପରେ ମିଳିଲା ଭଦ୍ରକ ଜିଲ୍ଲା ଵାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗାଁର ନିଖୋଜ ଚନ୍ଦନ ସାହୁଙ୍କ ମୃତଦେହ। ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢ଼ାନଦୀରୁ ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଛନ୍ତି। ଚନ୍ଦନଙ୍କ ବଡ଼ ଭିଣୋଇ ଏହି ମୃତଦେହଟି ତାଙ୍କର ଶଳାର ବୋଲି ଚି଼ହ୍ନଟ କରିଛନ୍ତି।

Advertisment

ଅନ୍ୟପକ୍ଷରେ ଅଢ଼େଇ ବର୍ଷର ଝିଅର କୌଣସି ପତା ମିଳିନାହିଁ। ଅଗ୍ନିଶମ ବାହିନୀ ପିଲାଟିକୁ ଖୋଜାଖୋଜି କରୁଛନ୍ତି। ପିଲାଟି କେଉଁ ବୋଦା ଓ କେଉଁଠି ଲାଗିରହିଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଚନ୍ଦନଙ୍କ ମୃତଦେହ ମିଳିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

ବୁଧବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ଚନ୍ଦନ ସାହୁ ଓ ନିଜର ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁରୁ ନଦୀକୁ ଡେଇଁ ପଡ଼ିଥିଲେ। ପୋଲ ଉପରେ ଚନ୍ଦନ ବାଇକ୍, ମୋବାଇଲ୍ ଓ ଜୋତା ରଖି ନଦୀକୁ ଡେଇଁପଡ଼ିଥିଲେ। । ସ୍ଥାନୀୟ ଲୋକେ ଏନେଇ ପୁଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

Advertisment

ଚନ୍ଦନ ମରିବା ପୂର୍ବରୁ ନିଜ ବଡ଼ ଭଉଣୀକୁ ନିଜ ଝିଅକୁ ଧରି ନଦୀକୁ ଡେଇଁବାକୁ ଯାଉଛି ବୋଲି କହିଥିଲେ। ଯାହାର ଅଡିଓ ଭାଇରାଲ ହେଉଛି।

ଚନ୍ଦନ ସୁରତରେ ଚାକିରି କରୁଥିଲେ। ମାସେ ତଳେ ପତ୍ନୀ ଲକ୍ଷ୍ମୀପ୍ରିୟା ସେଠାରେ ଆତ୍ମହତ୍ୟା କରିବା ପରେ ଅଢ଼େଇ ବର୍ଷର ଝିଅକୁ ଧରି ଗାଁକୁ ଚାଲି ଆସିଥିଲେ। ତେବେ ମାନସିକ ଅବସାଦ ନା ଅନ୍ୟ କେଉଁ କାରଣରୁ ନଦୀକୁ ଡେଇଁବା ଭଳି ଚରମ ନିଷ୍ପତ୍ତି ନେଲେ ତାର କାରଣ ଜଣା ପଡ଼ିନାହିଁ।

Deadbody Bhadrak