Advertisment

ପିଜିଆଇ ନେହରୁ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ; ଅଧ ଘଣ୍ଟାରେ ୪୧୫ ରୋଗୀ ଉଦ୍ଧାର

ପିଜିଆଇ ନେହରୁ ହସ୍ପିଟାଲରେ ଆଜି ଭୋରୁ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ହସ୍ପିଟାଲର କମ୍ପ୍ୟୁଟର ରୁମ୍‌ରେ ଥିବା ବ୍ୟାଟେରି ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି।

Fire

Fire

Advertisment

ପଞ୍ଜାବର ଚଣ୍ଡିଗଡ଼ସ୍ଥିତ ପିଜିଆଇ ନେହରୁ ହସ୍ପିଟାଲରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ବିଲ୍ଡିଂର ପ୍ରଥମ ମହଲା ଜଳିପୋଡ଼ି ସମ୍ପୂର୍ଣ୍ଣ ଧ୍ୱସଂ ହୋଇ ଯାଇଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

Advertisment

ପିଜିଆଇ ନେହରୁ ହସ୍ପିଟାଲରେ ଆଜି ଭୋରୁ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ହସ୍ପିଟାଲର କମ୍ପ୍ୟୁଟର ରୁମ୍‌ରେ ଥିବା ବ୍ୟାଟେରି ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। 

ଏହି ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲ କର୍ମଚାରୀମାନେ ତୁରନ୍ତ ରୋଗୀମାନଙ୍କୁ ମେଡିକାଲ ବାହାରକୁ ଆଣିଥିବା ବେଳେ ଆଇସିୟୁକୁ ବି ଖାଲି କରି ଦେଇଥିଲେ। ଫଳରେ କୌଣସି ଜୀବନହାନୀ ଘଟିନି।

Advertisment

ପିଜିଆଇ ହସ୍ପିଟାଲର ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ନିଆଁ ପ୍ରଥମେ କମ୍ପ୍ୟୁଟର ରୁମ୍‌ରେ ଥିବା ବ୍ୟାଟେରୀରେ ଲାଗିଥିଲା। ଏହା ଖୁବ୍‌ ଶୀଘ୍ର ଚାରି ଆଡ଼କୁ ମାଡ଼ି ଯାଇଥିଲା।

ହସ୍ପିଟାଲର ସମସ୍ତ କର୍ମଚାରୀ ମିଳିତ ଭାବେ ପ୍ରାୟ ଅଧ ଘଣ୍ଟା ମଧ୍ୟରେ ୪୧୫ ରୋଗୀଙ୍କୁ ହସ୍ପିଟାଲରୁ ବାହାର କରି ସୁରକ୍ଷିତ ସ୍ଥାନରେ ପହଞ୍ଚାଇଥିଲେ।

ଏବେ ନିଆଁ ଲିଭା ସରିଥିବା ବେଳେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଜଣାଯାଇଛି। ବରିଷ୍ଠ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Punjab Fire Accident Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe