Advertisment

ପୁଣି ଟ୍ରେନ ଦୁର୍ଘଟଣା: ୧୨ ବଗି ଲାଇନଚ୍ୟୁତ, ୪ ମୃତ

ଲାଇନଚ୍ୟୁତ ହୋଇଛି ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ।

ଅଦ୍ୟତନ ହୋଇଛି
Train accident

Train accident

Advertisment

ପୁଣି ଗୋଟିଏ ବଡ଼ଧରଣର ଟ୍ରେନ ଦୁର୍ଘଟଣା। ଲାଇନଚ୍ୟୁତ ହୋଇଛି ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ। ଏହି ଏକ୍ସପ୍ରେସର ମୋଟ ୧୨ଟି ବଗି ଲାଇନଚ୍ୟୁତ ହୋଇଛି। ଏହା ମଧ୍ୟରେ ୪ ଏସି ବଗି ରହିଛି। ବର୍ତ୍ତମାନ ସୁଦ୍ଧା ଏଥିରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। 

Advertisment

ମିଳିଥିବା ସୂଚନା ଅନୁସାରେ, ଟ୍ରେନ ନମ୍ବର ୧୫୯୦୪ ଚଣ୍ଡିଗଡ଼ରୁ ଲୋକଙ୍କୁ ଧରି ଆସାମର ଦିବ୍ରୁଗଡ଼ ଯାଉଥିଲା।  କିନ୍ତୁ ଦିନ ୨.୩୫ରେ ଉତ୍ତର ପ୍ରଦେଶର ଗୋଣ୍ଡା ଓ ଝିଲାହି ମଧ୍ୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନର ୧୨ଟି ବଗି ଝିଲାହି ଷ୍ଟେସନ ଠାରୁ ଅଳ୍ପଦୂରରେ ଥିବା ପିକାଉରା ଠାରେ ଓଲଟି ପଡ଼ିଛି। 

ସାମ୍ନାକୁ ଆସିଥିବା ଫଟୋରେ ଓଲଟି ପଡ଼ିଥିବା ବଗି ମଧ୍ୟରେ ଅନେକ ଲୋକ ଫସି ରହିଥିବା ଦେଖିବାକୁ ମିଳୁଛି। ଆଉ କିଛି ଲୋକ ଟ୍ରେନ ଲାଇନରେ ପଡ଼ି ରହିଛନ୍ତି। ସେହିପରି ଲୋକମାନେ ନିଜର ଜିନିଷ ସହ ଟ୍ରାକରେ ଛିଡ଼ା ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। 

Advertisment

ଟ୍ରେନରେ ଥିବା ଜଣେ ଯାତ୍ରୀ କହିଛନ୍ତି, “ମୁଁ ଅଳ୍ପକେ ରକ୍ଷା ପାଇଯାଇଛି। ବଞ୍ଚି ଯାଇଥିବାରୁ ଭାଗ୍ୟବାନ ମଣୁଛି। ବ୍ୟସ୍ତ ହେବାର କିଛି ନାହିଁ। ମୁଁ ପୂରା ଠିକ ଅଛି। ହେଲେ ଅନେକ ଲୋକ ଓଲଟି ପଡ଼ିଥିବା ବଗି ଭିତରେ ଫସି ରହିଛନ୍ତି।”

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ଏଥିସହ ଅଧିକାରୀମାନଙ୍କୁ ଘଟଣା ଉପରେ ନଜର ରଖିବାକୁ କହିଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଘଟଣାକୁ ଗୁରୁତ୍ୱର ଭାବେ ନିଆଯାଇଛି। ଜିଲ୍ଲା ଅଧିକାରୀମାନଙ୍କୁ ଘଟଣା ସ୍ଥଳକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆହତ ମାନଙ୍କୁ ତୁରନ୍ତ ହସ୍ପିଟାଲ ନେଇ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କହିଛନ୍ତି। ଏଥିସହ ସେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। 

ଘଟଣା ପରେ ଉଦ୍ଧାରକାରୀ ଦଳ ସହ ରେଳବାଇର ମେଡିକାଲ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନର୍ଥ ଇଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ଦୁଘର୍ଟଣା ପରେ ହେଲପଲାଇନ ନମ୍ବର ଜାରି କରାଯାଇଛି। 

- Commercial Control: 9957555984
- Furkating (FKG): 9957555966
- Mariani (MXN): 6001882410
- Simalguri (SLGR): 8789543798
- Tinsukia (NTSK): 9957555959
- Dibrugarh (DBRG): 9957555960

Lucknow - 8957409292
Gonda - 8957400965

କଂଗ୍ରେସ ପକ୍ଷରୁ ଘଟଣାରେ ଶୋକ ପ୍ରକାଶ କରାଯାଇଛି। ଏଥିସହ ଦଳୀୟ କର୍ମୀମାନଙ୍କୁ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ଲୋକଙ୍କୁ ସହଯୋଗ କରିବା ପାଇଁ କୁହାଯାଇଛି। 

Uttar Pradesh Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe