Advertisment

ମା’କୋଳରୁ ଖସିପଡ଼ିଲା ୨ବର୍ଷର ଝିଅ; ମାଡ଼ିଗଲା ଟ୍ରକ୍

ଝିଅର ମୃତଦେହ ନିକଟରେ ମୁଣ୍ଡ ପିଟି କାନ୍ଦୁଛି ମା’।

ଅଦ୍ୟତନ ହୋଇଛି
Accident

Accident

Advertisment

ଅସାବଧାନ କାରଣରୁ ମା’ କୋଳରୁ ଖସି ପଡ଼ିଲା ୨ବର୍ଷର ଶିଶୁ କନ୍ୟା। ବାପାମା’ଙ୍କ ଆଖି ସାମ୍ନାରେ ଝିଅ ଉପରେ ମାଡ଼ିଗଲା ଟ୍ରକ୍। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଲାହାକୋଠି ନିକଟସ୍ଥ ଲାଲଜିରାମ ପେଟ୍ରୋଲ୍ ପମ୍ପ ସମ୍ମୁଖ ୧୪୩ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। 

Advertisment

ଅଭିଷେକ ମାଝୀ, ପତ୍ନୀ ମନୀଷା ଓ ନିଜର ଛୋଟ ଝିଅକୁ ନେଇ କୌଣସି କାମରେ ବେଦବ୍ୟାସ ଯାଇଥିଲେ। ଆଜି ସକାଳେ ବାଇକ୍ ଯୋଗେ ସମସ୍ତେ ନିଜ ଘର ଝାରଖଣ୍ଡ କେରିଆକୁ ଫେରୁଥିଲେ। ଲାଲଜିରାମ ପେଟ୍ରୋଲ୍ ପମ୍ପ ସମ୍ମୁଖରେ ଛୋଟ ଛୁଆଟି ମା’ କୋଳରୁ ରାସ୍ତା ଉପରକୁ ଖସି ପଡ଼ିଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକଟି ଶିଶୁକନ୍ୟା ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ୨ବର୍ଷର ଝିଅର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ ରାସ୍ତରେ ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି।  ଝିଅର ମୃତଦେହ ନିକଟରେ ମୁଣ୍ଡ ପିଟି କାନ୍ଦୁଛି ମା’। 

Advertisment
Road Accident Sudargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe