/odisha-reporter/media/post_attachments/uploadimage/library/16_9/16_9_0/IMAGE_1690806848.jpg)
representational image
ଛିଡ଼ି ପଡ଼ିଥିଲା ୩୩୦ ଭୋଲ୍ଟ ବିଦ୍ୟୁତ୍ ତାର। ଖେଳୁଥିବା ୫ ବର୍ଷର କୁନି ଶିଶୁଟିର ପାଦ ଏହି ବିଦ୍ୟୁତ୍ ତାର ଉପରେ ପଡ଼ି ଯାଇଥିଲା। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଏହି ଶିଶୁର ମୃତ୍ୟୁ ହୋଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲା ବଣେଇ ଥାନା ଅନ୍ତର୍ଗତ କନ୍ତସରା ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି।
Advertisment
ମୃତ ଶିଶୁ କନ୍ତସରା ଗ୍ରାମର ସୁଧାଂଶୁ ପାତ୍ରଙ୍କ ଝିଅ ରାନୁ ପାତ୍ର। ସେ ଖେଳୁଥିବା ବେଳେ ଘର ସାମ୍ନାରେ ତଳେ ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ବିଦ୍ୟୁତ୍ ଝଟକାରେ ସେ ଗୁରୁତର ହୋଇଥିଲେ। ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ବଣେଇ ଉପଖଣ୍ଡ ଚିକିତ୍ସାଳୟ ନେଇଥିଲେ। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
ଏହି ଘଟଣା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
