Advertisment

ବାପାଙ୍କ ସହିତ ବାଇକ୍‌ରେ ଯାଉଥିଲେ, ଗୁଡ଼ି ସୂତାରେ କଟିଲା ବେକ

ବାପାଙ୍କ ସହିତ ବାଇକ୍‌ରେ ଯାଉଥିବା ବେଳେ ସଦର ଥାନା ନହରପାଟଣା ଗାଁ ରାସ୍ତାରେ ଗୁଡ଼ିଟି ଉଡି ଆସି କୁନି ପୁଅ ବେକରେ ଗୋଡ଼ାଇ ଯାଇଥିଲା। ଆଉ ତାଙ୍କ ବେକ କାଟି ଯାଇଥିଲା। ରକ୍ତାକ୍ତ ପୁଅକୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ଅଦ୍ୟତନ ହୋଇଛି
Balasore

Balasore

Advertisment

ବାପାଙ୍କ ସହିତ ବାଇକ୍‌ରେ ଯାଉଥିଲେ କୁନିପୁଅ। ହେଲେ ରାସ୍ତାରେ ତାଙ୍କରେ ଗୋଡ଼ାଇ ଯାଇଥିଲା ଗୁଡ଼ି ସୂତା। ଯେଉଁଥିପାଇଁ ତାଙ୍କ ବେକରେ ଲାଗିଛି ଗଭୀର କ୍ଷତ। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଟାଉନ୍‌ରେ ଘଟିଛି।

Advertisment

ପିଉସା ଘରକୁ ଭୋଜି ଖାଇବା ପାଇଁ ବାପାଙ୍କ ସହିତ ବାଇକ୍‌ରେ ଯାଇଥିଲେ କୁନିପୁଅ। ଭୋଜି ଖାଇ ଅପରାହ୍ନରେ ଘରକୁ ଫେରୁଥିବା ବେଳେ ସଦର ଥାନା ନହରପାଟଣା ଗାଁ ରାସ୍ତାରେ ଗୁଡ଼ିଟି ଉଡି ଆସି କୁନି ପୁଅ ବେକରେ ଗୋଡ଼ାଇ ଯାଇଥିଲା। ଆଉ ତାଙ୍କ ବେକ କାଟି ଯାଇଥିଲା। ରକ୍ତାକ୍ତ ଅବସ୍ଥାରେ ପୁଅକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଶିଶୁପୁତ୍ରର ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଥିବା ଜଣାପଡ଼ିଛି।

ସେହିପରି ମୋତିଗଞ୍ଜ ବଜାର ଅଞ୍ଚଳର ହରେନ୍ଦ୍ର ପ୍ରଧାନ ବାଇକ୍‌ରେ ଯାଉଥିବା ବେଳେ ଗୁଡ଼ି ସୂତା ଉଠି ଯାଇ ତାଙ୍କ ବେକରେ ଗୋଡ଼ାଇ ଯାଇଥିଲା। ଫଳରେ ତାଙ୍କ ବେକ ଓ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। 

Advertisment

ସୂଚନାରୁ ପ୍ରକାଶ, ଚୀନ୍‌ର ମାଞ୍ଜା ସୂତା ବହୁତ ଘାତକ। ତେଣୁ ସେହି ସୂତା ବ୍ୟବହାର ନକରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏହା ସତ୍ତ୍ୱେ ଏହି ସୂତା ବଜାରରେ ଖୋଲମ୍‌ଖୋଲା ବିକ୍ରି ହେଉଛି। ଆଉ ସେହି ସୂତାକୁ କିଣି ଲୋକମାନେ ଗୁଡ଼ି ଉଡାଉଥିବା ଦେଖିବାକୁ ମିଳିଛି। 

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe