/odisha-reporter/media/post_attachments/uploadimage/library/16_9/16_9_0/Drowning_1701332906.jpg)
Drowning
ଭଦ୍ରକ ଜିଲ୍ଲା ମୌସୁଧା ପଞ୍ଚାୟତ ଅନ୍ତର୍ଗତ ଗୌଡୁଣୀ ପୋଖରୀ ଗାଁରେ ଆଜି ଦୁଃଖଦ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣକ ହେଲେ ଗୌଡୁଣୀ ପୋଖରୀ ଗାଁର ସାଇ ପ୍ରକାଶ ମହାଳିକ ।
Advertisment
ଆଜି ସକାଳେ ପିଲାଟି ଘର ନିକଟରେ ଖେଳୁଥିଲା। ଖେଳିବା ସମୟରେ ସେ ପୋଖରୀରେ ପଡ଼ି ଯାଇଥିଲା। ଶିଶୁଟି ପୋଖରୀରେ ପଡ଼ିଯାଇଥିବା ପରିବାର ଲୋକେ ଜାଣି ନଥିଲେ। ଶିଶୁଟି ଚାରିଆଡ଼େ ଖୋଜି କରିଥିଲେ। ପରେ ପୋଖରୀରେ ଶିଶୁଟି ପଡ଼ିଥିବା ପରିବାର ଲୋକେ ଦେଖିଥିଲେ।
ପିଲାଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଶିଶୁଟିର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛିl
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
