Advertisment

ଚିଟ୍‌ଫଣ୍ଡ ସଂସ୍ଥା ଗ୍ରୀନ୍‌ ରେ’ ଅଫିସ୍‌ରେ ଅଗ୍ନିକାଣ୍ଡ

ଜଳେଶ୍ଵରରେ ଥିବା ଗ୍ରୀନରେ ଇଣ୍ଟରନ୍ୟାସନାଲ କମ୍ପାନୀ ଦେଶର ୧୫ ଟି ରାଜ୍ୟରୁ ୨୦୧୨ ମସିହା ବେଳକୁ ପାଖାପାଖି ଦୁଇ ହଜାର କୋଟି ଟଙ୍କା ଠକି ନେଇଥିଲା।

author-image
Biswajit Samal
Fire

Fire

ଗ୍ରୀନରେ ବିଲ୍ଡିଂ ରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଏଭଳି ଅଗ୍ନିକାଣ୍ଡ ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ବଡ଼ ବଜାର ସ୍ଥିତ ଗ୍ରୀନରେ ମୁଖ୍ୟ କାର୍ଯ୍ୟାଳୟରେ। କେହି ଜଣେ ଦୁବୃର୍ତ୍ତ ନିଆଁ ଲଗାଇଥିବା ଅନୁମାନ କରାଯାଉଛି। ଚିଟଫଣ୍ଡ ଦୁର୍ନୀତିରେ ଏହି ଅଫିସକୁ ସିଜ୍ କରାଯାଇଥିଲା। ଘଟଣା ସ୍ଥଳରେ ଅଗ୍ନୀଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି।

Advertisment

ଜଳେଶ୍ଵରରେ ଥିବା ଗ୍ରୀନରେ ଇଣ୍ଟରନ୍ୟାସନାଲ କମ୍ପାନୀ ଦେଶର ୧୫ ଟି ରାଜ୍ୟରୁ ୨୦୧୨ ମସିହା ବେଳକୁ ପାଖାପାଖି ଦୁଇ ହଜାର କୋଟି ଟଙ୍କା ଠକି ନେଇଥିଲା। ସେଥିରୁ କେବଳ ଓଡ଼ିଶାରେ ଦେଢଲକ୍ଷ ଜମାକାରୀ ଥିବା ବେଳେ ସେମାନଙ୍କ ଜମାରାଶି ପାଞ୍ଚ ଶହ କୋଟି ଟଙ୍କା ଥିଲା ବୋଲି କୁହାଯାଇଛି। ଏହି ଦୁର୍ନୀତିରେ ଦୀର୍ଘ ୮ ବର୍ଷ ଧରି ଗ୍ରୀନରେ କମ୍ପାନିଙ୍କୁ ସିଜ୍‌ କରାଯାଥିଲା।

କୌଣସି କରଣରୁ ଅଜି ସନ୍ଧ୍ୟରେ ସେଇ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା। ସ୍ଥାନୀୟ ଲୋକେ ନିଆଁ ଲାଗିଥିବା ଦେଖି ଅଗ୍ନୀଶମ ବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନୀଶମ ବିଭାଗ ପହଞ୍ଚି ନିଆଁକୁ ଲିଭାଇବାକୁ ଚେଷ୍ଟା କରଉଛନ୍ତି

Advertisment
Fire Accident