Advertisment

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

ଆଜି ଛୁଟି ଦିନରେ କାହିଁକି ସ୍କୁଲ କର୍ତ୍ତୃପକ୍ଷ ମୂର୍ତ୍ତି ବିସର୍ଜନ କଲେ ବୋଲି ପ୍ରଶ୍ନ ଉଠିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Prakash Sahu

Prakash Sahu

ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଙ୍ଗରଙ୍ଗା ଗାଁରେ ଆଜି ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାଁ ସତ୍ୟ ପ୍ରକାଶ ସାହୁ। ସେ ସ୍ଥାନୀୟ ପ୍ରହ୍ଲାଦ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଥିଲେ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ପୋଖରୀରେ ଗଣେଶ ମୂର୍ତ୍ତିକୁ ବୁଡ଼ାଇବା ବେଳେ ୫/୬ ଜଣ ଛାତ୍ର ତା’ ମଧ୍ୟକୁ ଡେଇଁ ପଡ଼ିଥିଲେ। ସେମାନେ ବୁଡ଼ି ଯାଉଥିବା ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ସତ୍ୟ ପ୍ରକାଶ ସାହୁଙ୍କୁ ଉଦ୍ଧାର କରାଯାଇନଥିଲା।

ପରେ ପୋଖରୀ କୂଳରେ ତାଙ୍କ ସାଇକେଲ ଦେଖି ବିଦ୍ୟାଳୟର ପିଅନ ଓ କିଛି ସ୍ଥାନୀୟ ଲୋକଙ୍କର ସନ୍ଦେହ ହୋଇଥିଲା। ସେମାନେ ପୋଖରୀରେ ଖୋଜାଖୋଜି କରିବା ପରେ ସତ୍ୟ ପ୍ରକାଶ ସାହୁଙ୍କୁ ପାଇଥିଲେ।

Advertisment

ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପରେ ଗାଁରେ ଶୋକାକୁଳ ବାତାବରଣ ସୃଷ୍ଟି ହୋଇଛି। ଆଜି ଛୁଟି ଦିନରେ କାହିଁକି ସ୍କୁଲ କର୍ତ୍ତୃପକ୍ଷ ମୂର୍ତ୍ତି ବିସର୍ଜନ କଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ଲୋକେ। ଆସନ୍ତାକାଲି ଶନିବାର ଥିବାରୁ, ସେଦିନ ବିସର୍ଜନ ହୋଇପାରିବନି ଯୁକ୍ତି ବାଢ଼ି ସ୍କୁଲ କର୍ତ୍ତୃପକ୍ଷ ଆଜି ବିସର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଆଲୋଚନା ହେଉଛି।

ଘଟଣା ସଂପର୍କରେ ପ୍ରଧାନଶିକ୍ଷୟତ୍ରୀ କହିଛନ୍ତି ଯେ ସେ ଏହି ଘଟଣା ସଂପର୍କରେ କିଛି ଜାଣି ନାହାନ୍ତି। ଅସୁସ୍ଥ ଥିବା ଯୋଗୁ ସେ ଡାକ୍ତରଖାନାରେ ଥିଲେ ବୋଲି କହିଛନ୍ତି।

Drowning Death