Advertisment

ଉର୍ମାଗଡ଼ ଜଳପ୍ରପାତରେ ପଡ଼ି ଛାତ୍ର ନିଖୋଜ

ଗତକାଲି ଅପରାହ୍ନରେ ସେ ସାଙ୍ଗମାନଙ୍କ ସହିତ ମିଶି ଉର୍ମାଗଡ଼ ଜଳପ୍ରପାତକୁ ବୁଲିବା ପାଇଁ ଯାଇଥିଲେ।

Waterfall

Waterfall

Advertisment

କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ଉର୍ମାଗଡ଼ ଜଳପ୍ରପାତରେ ପଡ଼ି ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର ଜଣକ ହେଲେ କଟ୍ରିଙ୍ଗିଆ ପଞ୍ଚାୟତ ନାକଡ଼ିସରୁ ଗ୍ରାମର ଲିଙ୍ଗା ବେହେରାଙ୍କ ପୁଅ ରାଖଲ ବେହେରା (୧୫)। ସେ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି।

Advertisment

ଗତକାଲି ଅପରାହ୍ନରେ ସେ ସାଙ୍ଗମାନଙ୍କ ସହିତ ମିଶି ଉର୍ମାଗଡ଼ ଜଳପ୍ରପାତକୁ ବୁଲିବା ପାଇଁ ଯାଇଥିଲେ। ସେଠାରେ ପଥରରେ ପଡ଼ିଥିବା ଶିଉଳିରେ ଗୋଡ଼ ଖସି ଯିବାରୁ ସେ ପାଣିରେ ପଡ଼ି ନିଖୋଜ ହୋଇଯାଇଥିଲେ।

ରାଖଲଙ୍କ ସାଙ୍ଗମାନେ ଆଜି ତାଙ୍କ ଘର ଲୋକଙ୍କୁ ଏ କଥା କହିବା ପରେ ଘର ଲୋକେ ପ୍ରଥମେ ଜଳପ୍ରପାତକୁ ଯାଇ ତାଙ୍କୁ ଖୋଜାଖୋଜି କରିଥିଲେ। କିନ୍ତୁ ରାଖଲର କୌଣସି ସନ୍ଧାନ ନପାଇବା ପରେ ଏ ନେଇ ଫୁଲବାଣୀ ଦମକଳ କେନ୍ଦ୍ରକୁ ଜଣାଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଉର୍ମାଗଡ଼ ଜଳପ୍ରପାତରେ ନିଖୋଜ ରାଖଲ ବେହେରାଙ୍କୁ ଖୋଜାଖୋଜି କରୁଛନ୍ତି। ଖବର ଲେଖାଯିବା ସୁଦ୍ଧା ନିଖୋଜ ରାଖଲ ବେହେରାଙ୍କ ପତ୍ତା ମିଳିପାରି ନାହିଁ।

Advertisment

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

Drowning Drown Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe