Advertisment

ଜଳିଗଲା ଲୁଗା ଦୋକାନ

ରାତି ପ୍ରାୟ ୩ଟା ସମୟରେ ଦୋକାନରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ।

ଅଦ୍ୟତନ ହୋଇଛି
fire

fire

Advertisment

ନୟାଗଡ ଖଣ୍ଡପଡ଼ା ରୋଡରେ ଥିବା ଏକ ବସ୍ତ୍ରାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ କୋଟିଏରୁ ଅଧିକ ଟଙ୍କାର ଲୁଗାପଟା ଜଳିଯାଇଥିବା ଜଣାପଡ଼ିଛି। ଦୀର୍ଘ ସମୟର ଆକ୍ରନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ।

Advertisment

ଗତକାଲି ରାତି ୧୦ଟାରେ ଦୋକାନ ମାଲିକ ଏବଂ କର୍ମଚାରୀ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ରାତି ପ୍ରାୟ ୩ଟା ସମୟରେ ସ୍ଥାନୀୟ ଲୋକମାନେ ଦୋକାନରୁ ଧୂଆଁ ବାହାରୁଥିବା ଦେଖି ମାଲିକଙ୍କୁ ଖବର ଦେଇଥିଲେ।

ଦୋକାନ ମାଲିକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ୪ଟି ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ ୪ ଘଣ୍ଟାର ଆକ୍ରାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଅଧିକ ଧୂଆଁ ବାହାରୁଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଥିଲା। ଦୋକାନରେ କିପରି ନିଆଁ ଲାଗି ତାର କାରଣ ଜଣାପଡ଼ି ନାହିଁ। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Advertisment
Nayagarh Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe