ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁରଠାରେ ଏକ ନିର୍ମାଣାଧୀନ କଲର୍ଭଟ ଭାଙ୍ଗି ଯିବା ଘଟଣାରେ ଦାୟୀ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଦୁର୍ଘଟଣା ପାଇଁ ଗଭୀର ସମବେଦନା ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ନିର୍ମାଣାଧୀନ କଲର୍ଭଟ ଭୁଷୁଡ଼ିବା ପାଇଁ ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ପରେ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି ।
ଉଲ୍ଲେଖଯୋଗ୍ୟ, ଆଜି ସକାଳେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ଉପରସଜା ଗାଁଠାରେ ଏକ ନିର୍ମାଣାଧୀନ କଲର୍ଭଟ ଭାଙ୍ଗିଯିବାରୁ ୪ଜଣ ଶିଶୁଙ୍କ ସମେତ ମୋଟ ୫ଜଣଙ୍କ ମୃତ୍ୟୁ ହୋଇଛି । ପିଲାମାନେ ସକାଳେ ସେହି କଲର୍ଭଟ ନିକଟରେ ଗାଧେଉଥିବାବେଳେ ବର୍ଷା ଜଳରେ ସେହି କଲର୍ଭଟଟି ଭୁଷୁଡ଼ି ପଡ଼ିଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।