Advertisment

କ’ଣ ପାଇଁ ନଦୀକୁ ଡେଇଁ ପଡ଼ିଲେ କଲେଜ ଛାତ୍ରୀ?

ଗଡ଼ବଡପୁଟ ଗାଁର ସୁକାନ୍ତ ଛୁଆଲସିଂଙ୍କ ଝିଅ ସୂର୍ଯ୍ୟକାନ୍ତି ଛୁଆଲସିଂ ନିକଟସ୍ଥ ଚଉଦ ମୌଜା ବିଦ୍ୟୁତ ସ୍ନାତକ ମହାବିଦ୍ୟାଳୟରେ +୩ ପ୍ରଥମ ବର୍ଷ କଳାର ଛାତ୍ରୀ। ସବୁଦିନ ଭଳି ଆଜି ନିଜ ସାଇକେଲରେ କଲେଜ ଯାଉଥିଲେ।

author-image
Manoranjan Sial
Student

Pipili

କଲେଜ ଯାଉଥିବା ବେଳେ ନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ। ହେଲେ କାହିଁକି ନଦୀକୁ ଡେଇଁ ପଡ଼ିଲେ, ତାହା ଜଣାପଡ଼ି ନାହିଁ। ଏପରି ଘଟଣା ପୁରୀ ଜିଲ୍ଲା କଣାସ ଥାନା ଅଞ୍ଚଳରେ ଘଟିଛି। ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକେ ଉଚ୍ଛୁଳା ରାଜୁଆ ନଦୀ ଖାନତଲାସୀ ଅଭିଯାନ ଚଳାଇଛନ୍ତି।

Advertisment

ଗଡ଼ବଡପୁଟ ଗାଁର ସୁକାନ୍ତ ଛୁଆଲସିଂଙ୍କ ଝିଅ ସୂର୍ଯ୍ୟକାନ୍ତି ଛୁଆଲସିଂ ନିକଟସ୍ଥ ଚଉଦ ମୌଜା ବିଦ୍ୟୁତ ସ୍ନାତକ ମହାବିଦ୍ୟାଳୟରେ +୩ ପ୍ରଥମ ବର୍ଷ କଳାର ଛାତ୍ରୀ। ସବୁଦିନ ଭଳି ଆଜି ନିଜ ସାଇକେଲରେ କଲେଜ ଯାଉଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କିଛି ସମୟ ଧରି ସେ ରାଜୁଆ ନଦୀ ସେତୁ ଉପରେ ସାଇକେଲ ରଖି ବ୍ରିଜ୍ ଉପରେ ଠିଆ ହୋଇଥିଲେ। ତା’ପରେ ଏପାଖ ସେପାଖକୁ ଅନାଇ ନଦୀ ଭିତରକୁ ଡେଇଁ ପଡ଼ିଥିଲେ।

ସ୍ଥାନୀୟ ଲୋକେ ଏ ଦୃଶ୍ୟ ଦେଖି ଘଟଣା ସ୍ଥଳକୁ ଧାଇଁ ଯାଇଥିଲେ। ବର୍ଷା ଋତୁରେ ନଦୀରେ ଅକାତ କାତ ପାଣି ଥିବାରୁ କେହି ପଶିବାକୁ ସାହାସ କରିପାରିନଥିଲେ। ସ୍ଥାନୀୟ ଲୋକେ ଏନେଇ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏପରିକି କିଛି ଲୋକେ ଟ୍ୟୁବ୍‌ ସହାୟତାରେ ନଦୀ ଭିତରେ ଖୋଜାଖୋଜି କରିଥିଲେ ମଧ୍ୟ ସୂର୍ଯ୍ୟକାନ୍ତିଙ୍କୁ ପାଇନଥିଲେ। କିଛି ସମୟ ପରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନଦୀରେ ପଶି ଖୋଜୁଛନ୍ତି। ହେଲେ ଖବର ଲେଖାହେବା ପର୍ଯ୍ୟନ୍ତ ସୂର୍ଯ୍ୟକାନ୍ତିଙ୍କ ପତ୍ତା ମିଳିନାହିଁ। ଜଙ୍କିଆ ଗଦଶାହି ଆଡ଼କୁ ସେ ରାଜୁଆରୁ ଦୟା ନଦୀକୁ ଭାସି ଯାଇଥିବା ଅନୁମାନ କରାଯାଉଛି।

Advertisment

ବ୍ରିଜ୍ ଉପରେ ସୂର୍ଯ୍ୟକାନ୍ତିର ସାଇକେଲ, ବ୍ୟାଗ୍ ଓ ଚପଲ ଥୁଆ ହୋଇଥିଲା। ପୁଲିସ୍‌ ଏ ସବୁ ସାମଗ୍ରୀ ଜବତ କରି ଖୋଳତାଡ଼ ଚଳାଇଛି। ବର୍ତ୍ତମାନ ସୁଦ୍ଧାର କାରଣ ଜଣାପଡ଼ି ନାହିଁ।

ଏନେଇ ପୁଲିସ୍‌ କିମ୍ୱା ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ-ପିପିଲିରୁ ଦ୍ଵିତୀକୃଷ୍ଣ ପଟ୍ଟନାୟକ

Puri Suicide