Advertisment

ମହାନଦୀକୁ ଡେଇଁ ପଡ଼ିଲେ କଲେଜ ଛାତ୍ରୀ, ଭାଙ୍ଗିଗଲା ଅଣ୍ଟା

ନଦୀର ସ୍ରୋତରେ ଭାସି ଯାଉଥିବା ବେଳେ ଚିତ୍କାର କରୁଥିଲେ। ସେହି ସମୟରେ ଇରିଗେସନ କଲୋନୀ ପଛପାର୍ଶ୍ଵ ଘାଟରେ କେତେକ ଯୁବକ ଗାଧୋଉଥିଲେ। ସନ୍ଧ୍ୟାସିନୀଙ୍କୁ ପାଣିରୁ ଛାଣି ଆଣିଥିଲେ।

author-image
Manoranjan Sial
Student

Student

କଲେଜରୁ ଘରକୁ ଫେରିଲା ବେଳେ ମହାନଦୀକୁ ଡେଇଁ ପଡ଼ିଲେ କଲେଜ ଛାତ୍ରୀ। ନଦୀର ପ୍ରଖର ସ୍ରୋତରେ ଭାସି ଯାଉଥିବା ବେଳେ ଛାଣି ଆଣିଲେ ସ୍ଥାନୀୟ ଲୋକେ। ଏପରି ଘଟଣା ବୌଦ୍ଧ ଜିଲ୍ଲାରେ ଘଟିଛି। ନଦୀକୁ ଡେଇ ପଡ଼ିବା ପରେ ଛାତ୍ରୀଙ୍କ ଅଣ୍ଟା ଭାଙ୍ଗି ଯାଇଥିବା ଜଣାପଡ଼ିଛି।

Advertisment

କିଆକଟା ଥାନା ହେଲେଇ ଗାଁର ସନ୍ଧ୍ୟାସିନୀ ପ୍ରଧାନ ବାମଣ୍ଡା ମଡେଲ ଡିଗ୍ରୀ କଲେଜରେ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ। ସବୁଦିନ ପରି ସନ୍ଧ୍ୟାସିନୀ ସାଇକେଲ୍‌ରେ କଲେଜ ଆସିଥିଲେ। କଲେଜରେ କ୍ଲାସ୍‌ ମଧ୍ୟ କରିଥିଲେ। କ୍ଲାସ୍‌ ସରିବା ପରେ ଘରକୁ ଫେରିବା ବେଳେ ବୌଦ୍ଧ-କିଆକଟାର ମହାନଦୀ ସେତୁ ଉପରେ ସାଇକେଲ୍‌ ଓ ବ୍ୟାଗ୍‌ ରଖି ନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ। ନଦୀର ଅକାତକାତ ପାଣିରେ ସନ୍ଧ୍ୟାସିନୀ ଆକ୍‌ତାମାକ୍‌ତା ହୋଇଯାଇଥିଲେ।

ନଦୀର ସ୍ରୋତରେ ଭାସି ଯାଉଥିବା ବେଳେ ଚିତ୍କାର କରୁଥିଲେ। ସେହି ସମୟରେ ଇରିଗେସନ କଲୋନୀ ପଛପାର୍ଶ୍ଵ ଘାଟରେ କେତେକ ଯୁବକ ଗାଧୋଉଥିଲେ। ସନ୍ଧ୍ୟାସିନୀଙ୍କୁ ପାଣିରୁ ଛାଣି ଆଣିଥିଲେ। ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଛାତ୍ରୀଙ୍କ ଅଣ୍ଟା ଭାଙ୍ଗି ଯାଇଥିବା ଜଣାପଡ଼ିଛି।

Advertisment

ସନ୍ଧ୍ୟାସିନୀ କଲେଜ ଯାଇଥିଲେ। ଘରକୁ ଫେରିଲା ବେଳେ ସେ କ’ଣ ପାଇଁ ନଦୀକୁ ଡେଇଁ ପଡ଼ିଲେ? ତାହା ଜଣାପଡ଼ି ନାହିଁ। ଆଦର୍ଶ ଥାନା ପୁଲିସ ଛାତ୍ରୀଙ୍କ ସାଇକେଲ, ବ୍ୟାଗ ଓ ଚପଲ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ-ବୌଦ୍ଧରୁ ଦୀପକ ଅଦର

Boudh