Advertisment

ମଦ ନିଶାରେ ବ୍ରିଜ୍‌ ବାଡ଼ରେ ସ୍କର୍ପିଓ ଚଢ଼ାଇଦେଲା ଶୋ’ ରୁମ୍‌ କର୍ମଚାରୀ

ମଦ ପିଇବା ପରେ ଗାଡ଼ିର ଗତି ବଢ଼ି ଥିଲା। ଦ୍ରୁତ ଗତିରେ ଚାଲିଥିଲା। ସନ୍ଧ୍ୟା ବେଳେ ଗାଡିଟି ଦ୍ରୁତ ଗତିରେ ଯାଉଥିବା ଦେଖି ପଥଚାରୀମାନେ ଭୟଭୀତ ହୋଇଯାଇଥିଲେ। ଟ୍ରାଫିକ୍‌ ପୁଲିସ୍‌ ଏ ସମ୍ପର୍କରେ ଜାଣିପାରି ସତର୍କ ହୋଇଯାଇଥିଲା।

Accident

Accident

Advertisment

ମରାମତି ପାଇଁ ଦିଆଯାଇଥିଲା ସ୍କର୍ପିଓ। ହେଲେ ଶୋ’ ରୁମ୍‌ କର୍ମଚାରୀ ସ୍କର୍ପିଓ ମରାମତି କରିବ କ’ଣ ଗାଡ଼ି ଚଲାଇ ଅୟସ୍‌ କରୁଥିଲା। ମଦ ନିଶାରେ ଯୋବ୍ରା ବ୍ରିଜ୍‌ରେ ସିରିଜ୍‌ ଦୁର୍ଘଟଣା ଘଟାଇଥିଲା। ପରେ ଯୋବ୍ରା ବ୍ରିଜ୍‌ ବାଡରେ ଝୁଲିଲା ପରି ରହିଥିଲା। ସୌଭାଗ୍ୟକୁ ନଦୀକୁ ଖସି ପଡ଼ିନଥିଲା। ଜଗତପୁର ଥାନା ପୁଲିସ୍‌ ଶୋ’ ରୁମ୍‌ କର୍ମଚାରୀ ତଥା ମଦୁଆ ଡ୍ରାଇଭର ରାଜେନ୍ଦ୍ର ପରିଜା, ତାଙ୍କ ବନ୍ଧୁ ଓ ଦୁଇ ବାନ୍ଧବୀଙ୍କୁ ଉଦ୍ଧାର କରିଥିଲା। ଆଜି କଟକ କମିଶନରେଟ୍‌ ପୁଲିସ୍‌ ମଦ ପିଇ ଗାଡ଼ି ଚଲାଇବା ଅଭିଯୋଗରେ ରାଜେନ୍ଦ୍ର ପରିଜାଙ୍କୁ ଗିରଫ କରିଛି।

Advertisment

ଅଭିଯୋଗରୁ ପ୍ରକାଶ, ୧୫ ଦିନ ତଳେ ଭୁବନେଶ୍ୱରରେ ଏକ ଶୋ’ ରୁମ୍‌କୁ ସ୍କର୍ପିଓ ମରାମତି ପାଇଁ ଦିଆଯାଇଥିଲା। ହେଲେ ଶୋ’ ରୁମ୍‌ର କର୍ମଚାରୀ ରାଜେନ୍ଦ୍ର ପରିଜା ସେହି ସ୍କର୍ପିଓକୁ ଧରି ଚାଲି ଯାଇଥିଲେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବା ପାଇଁ। ଆଉ ସାଥୀରେ ନେଇଯାଇଥିଲେ ତାଙ୍କର ଦୁଇ ବନ୍ଧୁ ଓ ଦୁଇ ବାନ୍ଧବୀଙ୍କୁ। ଗାଡ଼ି ଚଲାଉଥିଲେ ରାଜେନ୍ଦ୍ର ପରିଜା। ଧବଳେଶ୍ୱର ଯିବା ବାଟରେ ବିଡ଼ାନାଶିରୁ ମଦ କିଣି ଥିଲେ। ଅପରାହ୍ନରେ ବାବାଙ୍କୁ ଦର୍ଶନ କରିଥିଲେ। ବାବାଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱର ଫେରିବା ବାଟରେ ସମସ୍ତେ ପ୍ରଚୁର ପରିମାଣରେ ମଦ ପିଇଥିଲେ। ଆଉ କିଛି ଗାଡ଼ି ଭିତରେ ମହଜୁଦ୍‌ ରଖିଥିଲେ।

ମଦ ପିଇବା ପରେ ଗାଡ଼ିର ଗତି ବଢ଼ି ଥିଲା। ଦ୍ରୁତ ଗତିରେ ଚାଲିଥିଲା। ସନ୍ଧ୍ୟା ବେଳେ ଗାଡିଟି ଦ୍ରୁତ ଗତିରେ ଯାଉଥିବା ଦେଖି ପଥଚାରୀମାନେ ଭୟଭୀତ ହୋଇଯାଇଥିଲେ। ଟ୍ରାଫିକ୍‌ ପୁଲିସ୍‌ ଏ ସମ୍ପର୍କରେ ଜାଣିପାରି ସତର୍କ ହୋଇଯାଇଥିଲା। ଯୋବ୍ରା ବ୍ରିଜ୍‌ ପୂର୍ବରୁ ଉକ୍ତ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ରାଜେନ୍ଦ୍ର ଟ୍ରାଫିକ୍‌ ପୁଲିସ୍‌ ଗାଡ଼ିକୁ ଓଭରଟେକ୍‌ କରି ଯୋବ୍ରା ବ୍ରିଜ୍‌ ମଝିରେ ଭୁବନେଶ୍ୱରରୁ ଆସୁଥିବା ଏକ ଅଟୋକୁ ଧକ୍କା ଦେଇଥିଲା। ଅଟୋରେ ଚାଳକ ଓ ଜଣେ ମହିଳା ଯାତ୍ରୀ ଥିଲେ। ସେମାନେ ଆହତ ହୋଇଥିଲେ। ପରେ ସ୍କର୍ପିଓଟି ଆଉ ଏକ କିପ୍‌ଅପ୍‌ ଭ୍ୟାନ୍‌କୁ ଧକ୍କା ଦେଇ ବ୍ରିଜ୍‌ ବାଡ଼ରେ ଝୁଲିକି ରହିଥିଲା।

Advertisment

ବ୍ରିଜ୍‌ ବାଡ ଭିତରେ ଗାଡ଼ି ଝୁଲୁଥିବା ବେଳେ ଜଣେ ଓହ୍ଲାଇ ପଳାଇ ଯାଇଥିଲେ। ହେଲେ ନିଶାରେ ଥିବା ଡ୍ରାଇଭର ଶ୍ରୀ ପରିଜା, ତାଙ୍କର ଜଣେ ବନ୍ଧୁ ଓ ଦୁଇ ବାନ୍ଧବୀ ଗାଡିରୁ ଓହ୍ଲାଇ ପାରିନଥିଲେ। ଉଦ୍ଧାରକାରୀ ଦଳ ସେମାନଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଗାଡ଼ି ଚାଳକ ରାଜେନ୍ଦ୍ର ପରିଜାଙ୍କ ବ୍ରିଦ୍‌ ଆନାଲାଇଜ୍‌ ଟେଷ୍ଟ କଲା ବେଳେ ଜଣାପଡ଼ିଥିଲା ସେ ମଦ ପିଇଥିଲା। ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏଥିସହ ଗାଡ଼ିକୁ ଜବତ କରାଯାଇଛି।

Bhubaneswar Accident Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe