Advertisment

ମୃତ ଘୋଷିତ ଦିଲ୍ଲୀପ ସାମନ୍ତରାୟ ପ୍ରକୃତରେ ଜୀବିତ !

ମେଡିକାଲର ଆଇସିୟୁରେ ଅନ୍ୟ ଜଣେ ଆହତଙ୍କୁ ଜ୍ୟୋତିରଞ୍ଜନ ମଲ୍ଲିକ ବୋଲି ଭାବି ତାଙ୍କ ଚିକିତ୍ସା ଚାଲିଥିଲା, ସେ ଗତକାଲି ଭେଣ୍ଟିଲେଟରରୁ ବାହାରିବା ପରେ ନିଜ ନାଁ ଦିଲୀପ ସାମନ୍ତରାୟ ବୋଲି କହିଛନ୍ତି।

author-image
Manoj Swain

ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ଆସିଛି ବଡ଼ ଟ୍ୱିଷ୍ଟ୍। ଏସି କଂପ୍ରେସର ବିସ୍ଫୋରଣରେ ମୃତ ଘୋଷିତ ଦିଲ୍ଲୀପ ସାମନ୍ତରାୟ ପ୍ରକୃତରେ ଜୀବିତ କି ନୁହେଁ , ତାକୁ ନେଇ ଦେଖାଦେଇଛି ସସ୍‌ପେନ୍ସ। ଗତ ୩୦ ତାରିଖରେ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା, ତାଙ୍କ ପରିଚୟ ସେତେବେଳେ ଦିଲୀପ ସାମନ୍ତରାୟ ବୋଲି କୁହାଯାଇଥିଲା। ଦିଲୀପଙ୍କ ପରିବାର ଲୋକେ ଦଗ୍ଧ ମୃତଦେହକୁ ନେଇ ଅନ୍ତିମ ସଂସ୍କାର ମଧ୍ୟ କରିସାରିଛନ୍ତି। ହେଲେ ଚାଞ୍ଚଲ୍ୟକର କଥା ହେଉଛି, ମେଡିକାଲର ଆଇସିୟୁରେ ଅନ୍ୟ ଜଣେ ଆହତଙ୍କୁ ଜ୍ୟୋତିରଞ୍ଜନ ମଲ୍ଲିକ ବୋଲି ଭାବି ତାଙ୍କ ଚିକିତ୍ସା ଚାଲିଥିଲା, ସେ ଗତକାଲି ଭେଣ୍ଟିଲେଟରରୁ ବାହାରିବା ପରେ ନିଜ ନାଁ ଦିଲୀପ ସାମନ୍ତରାୟ ବୋଲି କହିଛନ୍ତି। 

Advertisment
Bhubaneswar Odisha