ପିକ୍‌ଅପ୍‌କୁ ପଛରୁ ପିଟି ଦେଲା କଣ୍ଟେନର; ୨ ମୃତ, ୩ ଗୁରୁତର

ବଜାରରୁ କିଣାକିଣି ସାରି ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା।

Truck and Van PhotoOR

ଦୁର୍ଘଟଣା ଘଟାଇଥିବା କଣ୍ଟେନର ଓ ପିକ୍‌ଅପ୍‌ ଭ୍ୟାନ୍

Jitendra Garnayak
  • Published: Sunday, 10 November 2024
  • Updated: 10 November 2024, 08:47 PM IST

ସମ୍ବଲପୁର ସଦର ଥାନା କୁଦପାଲି ନିକଟରେ ଆଜି ସନ୍ଧ୍ୟାରେ ଏକ ପିକ୍‌ଭ୍ୟାନ୍‌କୁ ଏକ କଣ୍ଟେନର ପଛରୁ ଧକ୍କା ଦେବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।

ପିକ୍‌ଅପ୍‌ ଭ୍ୟାନନରେ ମୋଟ ୯ ଜଣ ଶ୍ରମିକ ଥିଲେ। ସେମାନଙ୍କ ମଧ୍ୟରୁ କିଏ ରାୟଗଡ଼ାର ତ କିଏ ବିହାର ଓ ଆଉ କିଏ ଆନ୍ଧ୍ର ପ୍ରଦେଶର। ସେମାନେ ରେଲୱେରେ ଶ୍ରମିକ ଭାବେ କାମ କରୁଥିଲେ।

Also Read

ସମ୍ବଲପୁର ସହର ଏସ୍‌ଡିପିଓ ତୋଫାନ ବାଗଙ୍କ ସୂଚନା ଅନୁଯାୟୀ, ଏହି ୯ ଜଣ ଶ୍ରମିକ ଏକ ପିକ୍‌ଅପ୍ ଭ୍ୟାନରେ ସିନ୍ଦୁରପଙ୍କ ବଜାରକୁ କିଛି ଜିନିଷ କିଣିବା ପାଇଁ ଯାଇଥିଲେ। ସେଠାରେ କିଣାକିଣି ସାରି ଫେରୁଥିବା ବେଳେ ଏକ କଣ୍ଟେନର ପିକ୍‌ଅପ୍ ଭ୍ୟାନଟିକୁ ପଛରୁ ଧକ୍କା ଦେଇଥିଲା। ଏଥିରେ ମୋଟ ୫ ଜଣ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ସଦର ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟ ୩ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣା ଘଟାଇଥିବା କଣ୍ଟେନରର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story