Advertisment

ବିଦ୍ୟୁତ୍‌ ଆଘାତରେ ଦମ୍ପତି ମୃତ

ଆଜି ମଧ୍ୟାହ୍ନରେ ଏହି ଦମ୍ପତି ସେମାନଙ୍କ ଚାଷ ଜମିକୁ ଯାଇଥିଲେ।

author-image
Jitendra Garnayak
Dead Body

Dead Body

ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ପରକୋଡ଼ ଗାଁରେ ବିଦ୍ୟୁତ୍ ଆଘାତରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ରାମେଶ୍ୱର ରାଉତ ଓ ବିମଳା ରାଉତ।

Advertisment

ଆଜି ମଧ୍ୟାହ୍ନରେ ଏହି ଦମ୍ପତି ସେମାନଙ୍କ ଚାଷ ଜମିକୁ ଯାଇଥିଲେ। କୌଣସି କାରଣରୁ ଜମି ପାଖରେ ଥିବା ଚେକ୍ ଡ୍ୟାମ୍‌ରେ ସେମାନେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ।

ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଖରିଆରରୋଡ ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପରେ ପୁଲସ୍ ଶବ ଦୁଇଟିକୁ ଜବତ କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା।

Advertisment
Electrocuted To Death