Advertisment

ବାଣ ବିସ୍ଫୋରଣରେ ଦମ୍ପତି ଗୁରୁତର ଆହତ

ନିଶାମଣିଙ୍କର ହାତ ଦୁଇଟି ପାପୁଲି ପାଖରୁ ନଷ୍ଟ ହୋଇଯାଇଛି। ସେହିପରି ସଂସାରୀ ସେଠୀଙ୍କର ଗୋଟିଏ ଗୋଡ଼, ଗୋଟିଏ ହାତ ଓ ନାକ ପାଖରେ ଆଘାତ ଲଗିଛି।

Woman

Woman

Advertisment

ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଏକ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଲଗାଁରେ ଘଟିଛି ଏହି ଘଟଣା।ଶରଣକୁଳ ଥାନା ପୁଲିସ ଏହି ଘଟଣାର କରୁଛି।

Advertisment

ଆହତ ଦମ୍ପତି ହେଉଛନ୍ତି- ସଂସାରୀ ସେଠୀ ଓ ନିଶାମଣି ସେଠୀ l ଉଭୟଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ନିଶାମଣିଙ୍କର ହାତ ଦୁଇଟି ପାପୁଲି ପାଖରୁ ନଷ୍ଟ ହୋଇଯାଇଛି। ସେହିପରି ସଂସାରୀ ସେଠୀଙ୍କର ଗୋଟିଏ ଗୋଡ଼, ଗୋଟିଏ ହାତ ଓ ନାକ ପାଖରେ ଆଘାତ ଲଗିଛି।

Advertisment

ଯାହା ଜଣାପଡ଼ିଛି, ଏହି ଦମ୍ପତି ବେଆଇନ ଭାବେ ବାଣ ତିଆରି କରୁଥିଲେ। ସେମାନଙ୍କ ଝିଅଙ୍କ ସୂଚନା ଅନୁଯାୟୀ, ବର୍ଷେ ଦୁଇ ବର୍ଷ ହେବ ସେମାନେ ବାଣ ତିଆରି କରି ବିକ୍ରି କରୁଥିଲେ। ଘର ପଛପଟେ ସେମାନେ ବାଣ ତିଆରି କରୁଥିଲେ। ଆଜି ମଧ୍ୟ ସେମାନେ ବାଣ ତିଆରି କରୁଥିବା ବେଳେ ବିସ୍ଫୋରଣ ଘଟିଥିଲା।

ରିପୋର୍ଟ- ନୟାଗଡ଼ରୁ ଜୟେନ୍ଦ୍ର ବେହେରା

Fire Cracker Explosion
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe