Advertisment

Accident: ପିଟି ଦେଲା ହାଇୱା: ବାପାମା’ଙ୍କ ମୃତ୍ୟୁ, ଦୁଇ ଛୁଆ ଆହତ

ହାଇୱାଟି ସମ୍ବଲପୁରରୁ ଆସୁଥିଲା ଓ ରେଲୱେ ଲାଇନ ଆଡ଼କୁ ଯାଉଥିଲା। ସେତେବେଳେ ସ୍କୁଟିରେ ଆସୁଥିବା ହରେକୃଷ୍ଣ ଡୁଙ୍ଗୁରୀଙ୍କ ପରିବାରକୁ ଧକ୍କା ଦେଇଥିଲା ହାଇୱାଟି। ଫଳରେ ଘଟଣାସ୍ଥଳରେ ହରେକୃଷ୍ଣ ଓ କୁନ୍ତଳାଙ୍କ ମୃତ୍ୟୁ ଘଟିଥିଲା।

Scooty

ଦୁର୍ଘଟଣାଗ୍ରସ୍ତ ସ୍କୁଟି Photograph: (OR)

Advertisment

ବରଗଡ଼ ସହର ଗୁରୁଦ୍ୱାର ଛକରେ ରବିବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ସ୍କୁଟିକୁ ହାଇୱାଟିଏ ଧକ୍କା ଦେବାରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ଛୁଆ ଦୁଇଟି ଆହତ ହୋଇଛନ୍ତି।

Advertisment

ମୃତକ ଦ୍ୱୟ ହେଲେ ହରେକୃଷ୍ଣ ଡୁଙ୍ଗରୀ ଓ କୁନ୍ତଳା ଡୁଙ୍ଗରୀ। ସେମାନେ ଅମ୍ବାଭୋନା ବ୍ଲକର ବାସିନ୍ଦା ଥିଲା। ଆହତ ହୋଇଥିଲେ ବି ଛୁଆ ଦୁଇଟିଙ୍କ ଅବସ୍ଥା ଭଲ ଅଛି। ସେମାନଙ୍କ ବିଶେଷ କିଛି ହୋଇନାହିଁ ବୋଲି ବରଗଡ଼ ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀ କହିଛନ୍ତି।

ଏସ୍‌ଡିପିଓଙ୍କ ସୂଚନା ଅନୁଯାୟୀ, ହାଇୱାଟି ସମ୍ବଲପୁରରୁ ଆସୁଥିଲା ଓ ରେଲୱେ ଲାଇନ ଆଡ଼କୁ ଯାଉଥିଲା। ସେତେବେଳେ ସ୍କୁଟିରେ ଆସୁଥିବା ହରେକୃଷ୍ଣ ଡୁଙ୍ଗୁରୀଙ୍କ ପରିବାରକୁ ଧକ୍କା ଦେଇଥିଲା ହାଇୱାଟି। ଫଳରେ ଘଟଣାସ୍ଥଳରେ ହରେକୃଷ୍ଣ ଓ କୁନ୍ତଳାଙ୍କ ମୃତ୍ୟୁ ଘଟିଥିଲା। 

Advertisment

Truck
ଦୁର୍ଘଟଣା ଘଟାଇଥିବା ହାଇୱା Photograph: (OR)

ଏହି ଦୁର୍ଘଟଣା ପରେ ଗୁରୁଦ୍ୱାର ଛକରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗୁରୁଦ୍ୱାର ଛକରେ ଟ୍ରାଫିକ ପୋଷ୍ଟ ଅଛି। ଟ୍ରାଫିକ ସିଗ୍‌ନାଲ ବି ଅଛି। ତଥାପି ଦୁର୍ଘଟଣା ଘଟିବାରୁ ଲୋକେ ଖୁବ୍ ରାଗି ଯାଇଥିଲେ। ସେମାନେ ହାଇୱାର ସମ୍ମୁଖ କାଚକୁ ପିଟି ଭାଙ୍ଗି ଦେଇଥିଲେ। ଆଗାମୀ ଦିନରେ ଏଭଳି ବେପରୁଆ ଗାଡ଼ି ଚାଳନାକୁ ରୋକିବା ଦିଗରେ ଠୋସ୍ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି।  

ଦୁର୍ଘଟଣା ଘଟାଇଥିବା ହାଇୱାକୁ ପୁଲିସ ଜବତ କରିଛି। ତା’ ସହିତ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରାଯାଉଛି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ଡିପିଓ କହିଛନ୍ତି।

ଅନ୍ୟପକ୍ଷରେ ଆଜି ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ଓଭରବ୍ରିଜ ଉପରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ କଂକ୍ରିଟ ମିକ୍ସର ଟ୍ରକ୍‌ ଦୁଇଟି କାରକୁ ପଛରୁ ପିଟିଛି। ଗାଡ଼ି ଦୁଇଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଉଭୟ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନଙ୍କର କିଛି ହୋଇନି। ବେପରୁଆ ଗାଡ଼ି ଚାଳନା ଯୋଗୁ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇତିବା ଗାଡ଼ିକୁ ଜବତ କରିବା ସହିତ ଡ୍ରାଇଭରକୁ ଥାନାରେ ଅଟକ ରଖିଛି। ଏହି ଦୁର୍ଘଟଣା ପରେ ବେଶ୍‌ କିଛି ସମୟ ପାଇଁ ଓଭରବ୍ରିଜ୍‌ ଉପରେ ଶହ ଶହ ଗାଡ଼ି ଅଟକି ରହିଥିଲେ।
     
  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe