Advertisment

ଏକୋଇଶିଆ ଭୋଜି ଖାଇ ଫେରୁଥିଲେ ଦମ୍ପତି, ଟ୍ରକ୍ ସହ ହେଲା ଧକ୍କା; ଅନାଥ ହୋଇଗଲେ ତିନି ଛୁଆ

ଗୁରୁତର ଆହତ ସେନାପତି ଓ ସରିତାଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

author-image
Jitendra Garnayak
Car Accident

Car Accident

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ବଡ଼ପୋଲରେ ଏକ କାର ଓ ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ଖଡ଼ିଆଳ ଥାନା ରଜାମୁଣ୍ଡା ଗ୍ରାମର ସେନାପତି ବାଗ ଓ ତାଙ୍କ ସ୍ତ୍ରୀ ସରିତା ବାଗ।

Advertisment

ସେନାପତି ଓ ସରିତା ଖଡ଼ିଆଳ ଥାନା ବଡ଼ଦୋହେଲରୁ ଏକୋଇଶିଆ ଭୋଜି ଖାଇ କାର ଯୋଗେ ଫେରୁଥିଲେ। ୩୫୩ ନମ୍ବର ଜାତୀୟ ରାଜପଥରେ ସେମାନେ ଆସୁଥିବା ବେଳେ ବଡ଼ପୋଲ ଛକ ଠାରେ ନୂଆପଡ଼ା ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ୍ ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା।

ଗୁରୁତର ଆହତ ସେନାପତି ଓ ସରିତାଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

Advertisment

ସେନାପତି ଓ ସରିତାଙ୍କର ତିନୋଟି ଛୁଆ ଅଛନ୍ତି। ଦୁଇ ପୁଅ ସରୋଜ ବାଗ ଓ ରାଜବୀର ବାଗଙ୍କୁ ଯଥାକ୍ରମେ ୧୧ ଓ ୯ ବର୍ଷ ହୋଇଥିବା ବେଳେ ଝିଅ ଚଇତ୍ରା ବାଗଙ୍କୁ ୬ ବର୍ଷ ହୋଇଛି।

ଖଡ଼ିଆଳ ପୁଲିସ ଘଟଣାସ୍ଥଳରେ ଯାଞ୍ଚ କରିଥିବା ବେଳେ ଗାଡ଼ି ଦୁଇଟିକୁ ଜବତ କରିଛି। ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛନ୍ତି।

ଖଡ଼ିଆଳରୁ କୁନାଲ ଚରଣ ବେହେରାଙ୍କ ରିପୋର୍ଟ

Accident Road Accident