Advertisment

ଅଫେରା ପଥରେ ବାପା-ମାଆ; ମେଡ଼ିକାଲ୍‌ ବେଡ୍‌ରେ କୁନି ପୁଅ

ସାଲେପୁର ବ୍ଲକ୍‌ ପୂରଣ ଗାଁ ଅନିରୁଦ୍ଧ ଜେନା ଭୁବନେଶ୍ୱରର ଏକ ଘରୋଇ କୋଚିଂ ସେଣ୍ଟରେ କାମ କରନ୍ତି। ଆଜି ସେ ତାଙ୍କ ବାଇକ୍‌ରେ ପତ୍ନୀ ରିତାଲି ରାୟ ଓ ୪ ବର୍ଷର ପୁଅକୁ ଧରି ଘରକୁ ଫେରୁଥିଲେ।

author-image
Manoranjan Sial
Accident

Accident

କେତେ ଖୁସିରେ ବାଇକ୍‌ରେ ଘରକୁ ଫେରୁଥିଲେ ପତିପତ୍ନୀ। ଜଞ୍ଜାଳମୟ ଜୀବନରୁ ସମୟ ମିଳିଥିବାରୁ ରାଜପଥର ଛାତି ଉପରେ ଘରକୁ ଫେରୁଥିଲେ। ସାଙ୍ଗରେ ଥିଲା କୋଳ ନନ୍ଦନ। ହେଲେ ସେହି ଖୁସିରେ ଲାଗିଲା କାହା ନଜର। ରାଜପଥରେ ପିଟିଦେଲା ଟ୍ରକ୍‌। ଅଫେରା ପଥରେ ଚାଲିଗଲେ ସ୍ୱାମୀ-ସ୍ତ୍ରୀ। ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛି କୁନି ପୁଅ। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଟକ ଜିଲ୍ଲା ସାଲେପୁରରେ ଘଟିଛି।

Advertisment

ସାଲେପୁର ବ୍ଲକ୍‌ ପୂରଣ ଗାଁ ଅନିରୁଦ୍ଧ ଜେନା ଭୁବନେଶ୍ୱରର ଏକ ଘରୋଇ କୋଚିଂ ସେଣ୍ଟରେ କାମ କରନ୍ତି। ଆଜି ସନ୍ଧ୍ୟା ବେଳେ ସେ ତାଙ୍କ ବାଇକ୍‌ରେ ପତ୍ନୀ ରିତାଲି ରାୟ ଓ ୪ ବର୍ଷର ପୁଅକୁ ଧରି ଘରକୁ ଫେରୁଥିଲେ। ତେବେ କଟକ-ଚାନ୍ଦବାଲି ରାସ୍ତାର ନୃସିଂହବଜାର ନିକଟରେ ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଦମ୍ପତିଙ୍କ ମୃତ୍ୟ ଘଟିଥିଲା। କୁନି ପୁଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

ରିପୋର୍ଟ-ସାଲେପୁରରୁ ମନୋଜ ଆଚାର୍ଯ୍ୟ

Accident Roadaccident Cuttack