Advertisment

ଟ୍ରକକୁ ପିଟିଲା କୋର୍ଟ ଭ୍ୟାନ୍‌, ପୁଲିସ୍‌ ଓ ମୁଦାଲା ଆହତ

ଟ୍ରକକୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍‌ । ଏଥିରେ କୋର୍ଟ ଭ୍ୟାନ୍‌ର ସମ୍ମୁଖ କାଚ ଭାଙ୍ଗି ଚୁରମାର ହୋଇ ଯାଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।

Accident

Accident

Advertisment

ଟ୍ରକକୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍‌ । ଏଥିରେ କୋର୍ଟ ଭ୍ୟାନ୍‌ର ସମ୍ମୁଖ କାଚ ଭାଙ୍ଗି ଚୁରମାର ହୋଇ ଯାଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆହତଦ୍ୱୟଙ୍କ ମଧ୍ୟରୁ ଜଣେ ପୁଲିସ୍‌ କର୍ମଚାରୀ ଓ ଅନ୍ୟ ଜଣେ ମୁଦାଲା ବୋଲି ଜଣାଯାଇଛି।

Advertisment

ଏପରି ଏକ ଦୁର୍ଘଟଣା ଆଜି ସକାଳେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗାନ୍ଧୀ ଛକରେ ଘଟିଛି। ବୌଦ୍ଧ ଜେଲରୁ ପୁଲିସ କର୍ମଚାରୀ ଏବଂ ମୁଦାଲା ମିଶି ମୋଟ ୧୦ ଜଣ ଆଜି ଭ୍ୟାନ୍‌ ଯୋଗେ କଣ୍ଟାମାଳ କୋର୍ଟକୁ ଯାଉଥିଲେ।

ମନମୁଣ୍ଡା ଗାନ୍ଧୀ ଛକରେ ହଠାତ୍‌ ଭ୍ୟାନ୍‌ଟି ଆଗରେ ଥିବା ଏକ ଟ୍ରକ୍‌ରେ ପିଟି ହୋଇଥିଲା। ଫଳରେ ଭ୍ୟାନ୍‌ର ସମ୍ମୁଖ ଭାଗ ଚୁରମାର ହୋଇଥିବାବେଳେ ଜଣେ ପୁଲିସ ଏବଂ ଜଣେ ମୁଦାଲା ଆହତ ହୋଇଛନ୍ତି । ଉଭୟଙ୍କୁ ମନମୁଣ୍ଡା ଡାକ୍ତରଖାନରେ ପ୍ରାଥମିକ ଚିକିତ୍ସା କରାଯାଇଛି l

Advertisment
Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe