ମୟୂରଭଞ୍ଜ ଜିଲ୍ଲା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗୋରୁ ବୋଝେଇ କଣ୍ଟେନର ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ୨୦ରୁ ଅଧିକ ଗୋରୁଙ୍କର ମୃତ୍ୟୁ ଘଟିଛି।
ଆଜି ସକାଳେ ଏକ କଣ୍ଟେନରରେ ୫୦ରୁ ଅଧିକ ଗୋରୁ କେନ୍ଦୁଝରରୁ କୋଲକାତାକୁ ଚାଲାଣ ହେଉଥିଲା। ଏହି ସମୟରେ ବାଙ୍ଗିରିପୋଷି ଘାଟିରେ କଣ୍ଟେନରଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୨୦ରୁ ଅଧିକ ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୋରୁଙ୍କ ଆହତ ହୋଇଛନ୍ତି।
Also Read
ଆହତ ଗୋରୁଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରଯାଇଛି। ଦୁର୍ଘଟଣା ପରେ ଡ୍ରାଇଭର ଓ ହେଲପର ଗାଡ଼ି ଛାଡ଼ି ଫେରାର ହୋଇ ଯାଇଛନ୍ତି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଆଖି ପିଛୁଳାକେ ଲାଗିଲା ନିଆଁ; ଜଳିଗଲା ସାବୁନ ଫ୍ୟାକ୍ଟ୍ରି
ପୁରୀ ମଙ୍ଗଳାଘାଟରେ ଥିବା ଏକ ସାବୁନ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆଜି ମଧ୍ୟାହ୍ନ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।
Accident
ତେଜ ଆଗ୍ରୋ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା କୋଟିଏ ଟଙ୍କାର ସାମଗ୍ରୀ
ଆଜି ଭୋରରୁ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା।
Accident
ଜଳିଗଲା ଧାନ ଗଦା, ୧୩ ଏକର ଜମିର ଧାନ ଫସଲ ଭସ୍ମ
ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ବେଳକୁ ସେତେବଳେକୁ ସବୁ ପୋଡ଼ି ନଷ୍ଟ ହୋଇଯାଇଥିଲା।
Accident
ରଙ୍ଗରୁଟ ହେଲା କାଳ; ଜଣଙ୍କ ଜୀବନ ଗଲା, ଆଉ ଜଣେ ଗୁରୁତର
ରଙ୍ଗରୁଟରେ ଗାଡ଼ି ନେବାରୁ ଦୁର୍ଘଟଣା ଘଟି ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାଯାଇଛି।
Accident
ଫାଟକରେ ଗଳି ଟ୍ରାକ୍ ଅତିକ୍ରମ କରୁଥିଲେ! ମାଡ଼ିଗଲା ଟ୍ରେନ୍, ୨ ମୃତ
ଟ୍ରେନ୍ ଆସୁଥିବାରୁ ରାତି ପ୍ରାୟ ୯ଟା ବେଳେ କଳୁଙ୍ଗା ରେଳ ଫାଟକ ପଡ଼ିଥିଲା। ଠିକ୍ ସେତିକି ବେଳେ ୫ ଜଣ ଯୁବକ ୩ଟି ବାଇକ୍ରେ ଆସିଥିଲେ। ଫାଟ୍କ ପଡ଼ିଥିବା ଦେଖି ସମସ୍ତେ ରେଳ ଫାଟକ ପାର୍ଶ୍ୱରେ ଗଳି ଟ୍ରାକ୍ ଅତିକ୍ରମ କରୁଥିଲେ।