Advertisment

ପୁଲିସକୁ ଦେଖି ପଳାଉଥିଲା; ରାସ୍ତାକଡ଼କୁ ଓଲଟି ପଡ଼ିଲା

ଦୁର୍ଘଟଣା ପରେ ଗାଡ଼ି ଛାଡ଼ି ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି।

Road accident

Road accident

Advertisment

ରାସ୍ତାକଡ଼କୁ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଗୋରୁ ବୋଝେଇ ମିନି ଟ୍ରକ୍। ଦୁର୍ଘଟଣାରେ ୮ରୁ ଅଧିକ ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଗୋରୁ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଜଶିପୁର ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥର ଟଙ୍ଗାବିଲା ନିକଟରେ।

Advertisment

ଏକ ଟ୍ରକରେ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ହେଉଥିବା କରଞ୍ଜିଆ ଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ୪୯ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଠାକୁରମୁଣ୍ଡା ଥାନା ପୁଲିସ ଓ କରଞ୍ଜିଆ ଥାନା ପୁଲିସ ଜଗି ରହିଥିଲା। ଟ୍ରକ୍ ଡ୍ରାଇଭର ପୁଲିସକୁ ଦେଖି ଦୃତ ଗତିରେ ଗାଡ଼ି ଚଳାଇଥିଲା। ପୁଲିସ ମଧ୍ୟ ଗାଡ଼ିକୁ ପିଛା କରିଥିଲା।

ଟଙ୍ଗାବିଲା ନିକଟରେ ଗୋରୁ ବୋଝେଇଟି ଟ୍ରକ୍‌ଟି ରାସ୍ତାକଡ଼କୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୮ରୁ ଅଧିକ ଗୋରୁଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଗୋରୁ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ଗାଡ଼ି ଛାଡ଼ି ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Roadaccident Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe