Advertisment

ପଶ୍ଚିମବଙ୍ଗ ଚାଲାଣ ହେଉଥିଲା ଗୋରୁ, ପୁଲିସ ଜିମାରେ ଦେଲେ ସ୍ଥାନୀୟ ଲୋକେ

ପୁଲିସ ଗାଡିରୁ ୪୦ଟି ଗୋରୁ ଉଦ୍ଧାର କରିବା କରିବା ସହସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
jaleswar

jaleswar

ଦୁଇଟି ପିକ୍‌ଅପ୍‌ ଭ୍ୟାନରେ ବସ୍ତାରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିଲା ଗୋରୁ। ବାଟରେ ଗୋରୁ ବୋଝେଇ ଗାଡ଼ିକୁ  ଅଟକାଇ ଭଙ୍ଗାରୁଜା କରିବା ସହ ପୁଲିସ ଜିମାରେ ଦେଲେ ସ୍ଥାନୀୟ ଲୋକେ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା-ବାଲିଆପାଳ ରାସ୍ତା ଛୋଟଖାନପୁରଠାରେ।

Advertisment

ଗତକାଲି ବିଳମ୍ବିତ ରାତିରେ ଦୁଇ ପିକ୍‌ଅପ୍‌ ଭ୍ୟାନରେ ଗୋରୁ ବେଝୋଇ ହୋଇ ବସ୍ତାରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିଲା। ଏହି ସମୟରେ କମର୍ଦ୍ଦା-ବାଲିଆପାଳ ରାସ୍ତା ଛୋଟଖାନପୁରଠାରେ ଦୁଇଟି ପିକ୍‌ଅପ୍‌ ଭ୍ୟାନ୍‌କୁ ଅଟକାଇ ଥିଲେ ସ୍ଥାନୀୟ ଲୋକେ। ଏତେ ରାତିରେ ଗୋରୁ ନେଇ କୁଆଡେ ଯାଉଛ ବୋଲି ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭରଙ୍କୁ  ପଚରାଉଚରା କରିଥିଲେ।

ଏହାସହ ପୁଲିସକୁ ଫୋନ୍‌ କରି ଅବଗତ କରିଥିଲେ। ପଚରାଉଚରା ଭିତରେ ଗାଡ଼ି ଡ୍ରାଇଭର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।  ସ୍ଥାନୀୟ ଲୋକେ ଦୁଇଟି ଗାଡ଼ିକୁ ଭଙ୍ଗାରୁଜା  କରିବା ଆରମ୍ଭ କରିଥିଲେ।  ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ପରେ ପୁଲିସ ଗାଡିରୁ ୪୦ଟି ଗୋରୁ ଉଦ୍ଧାର କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।

Advertisment
Balasore Roadaccident