Advertisment

ପୁରୀ ବାଣ ବିସ୍ଫୋରଣର ଛାତିଥରା କାହାଣୀ

ଗତକାଲି ରାତିରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଠାକୁରଙ୍କ ଭଉଁରି ଚନ୍ଦନ ଯାତ୍ରା ଚାଲିଥିବାବେଳେ ବାଣ ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି।

author-image
Manoj Swain

ପୁରୀ ବାଣ ବିସ୍ଫୋରଣର ଛାତିଥରା କାହାଣୀ। ଯେଉଁମାନେ ଡଙ୍ଗାରେ ଥିଲେ ସେମାନଙ୍କ ଅବସ୍ଥା ତ ନକହିବା ଭଲ। କିଏ କେଉଁଠି କେଉଁ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ତାହା ଜାଣିବା ଏକପ୍ରକାର ମୁସ୍କିଲ ହୋଇପଡିଛି। ହେଲେ ଯେଉଁମାନେ ବାହାରେ ଥିଲେ ଆଉ ପୁରା କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ଆସିଥିଲେ ସେମାନଙ୍କ କାହାଣୀ ଶୁଣିଲେ ମନ ବିଚଳିତ ହୋଇପଡୁଛି। ସୂଚନାଯୋଗ୍ୟ, ଗତକାଲି ରାତିରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଠାକୁରଙ୍କ ଭଉଁରି ଚନ୍ଦନ ଯାତ୍ରା ଚାଲିଥିବାବେଳେ ବାଣ ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ନାବଳକ ଥିବା ସୂଚନା ମିଳିଛି। 

Advertisment
Odisha Puri Firecracker Explosion