Advertisment

ନଦୀ କୂଳରେ ବାସନ ମାଜୁଥିବା ବେଳେ ମହିଳା ଗାଏବ

ପଟ୍ଟାମୁଣ୍ଡାଇ ଥାନା ଅଳପୁଆ ପଞ୍ଚାୟତର ଅଳପୁଆଡିଆ ଗାଁର ମଞ୍ଜୁଲତା ଭଞ୍ଜ ଆଜି ଅପରାହ୍ନରେ ଖାଇସାରି ବାସନ ମାଜିବା ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ। ନଦୀ କୂଳରେ ବସି ବାସନ ମାଜୁଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Kendrapara

Kendrapara

ନଦୀ କୂଳରେ ବାସନ ମାଜୁଥିବା ବେଳେ ମହିଳା ଗାଏବ ହୋଇଯାଇଛନ୍ତି। ହେଲେ ନଦୀ କୂଳରେ ବାସନ ଓ ମହିଳାଙ୍କ ଲୁଗାପଟା ପଡ଼ିଛି। ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳୁନଥିବାରୁ କୁମ୍ଭୀର କୁମ୍ଭୀର ଝାମ୍ପି ନେଇଥିବା ସନ୍ଦେହ କରାଯାଉଛି। ଆଜି ଅପରାହ୍ନରେ ଏପରି ଖବର କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି।

Advertisment

ପଟ୍ଟାମୁଣ୍ଡାଇ ଥାନା ଅଳପୁଆ ପଞ୍ଚାୟତର ଅଳପୁଆଡିଆ ଗାଁର ମଞ୍ଜୁଲତା ଭଞ୍ଜ ଆଜି ଅପରାହ୍ନରେ ଖାଇସାରି ବାସନ ମାଜିବା ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ। ନଦୀ କୂଳରେ ବସି ବାସନ ମାଜୁଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି। ଏବେ ମଞ୍ଜୁଲତାଙ୍କ ପତ୍ତା ମିଳୁନଥିବା ବେଳେ ନଦୀ କୂଳରେ ବାସନ ଓ ଚପଲ ପଡ଼ିଛି। ଏପରିକି କୁମ୍ଭୀର ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ମିଳୁଛି। ତେଣୁ ତାଙ୍କୁ କୁମ୍ଭୀର ଟାଣି ନେଇଥିବା ଚର୍ଚ୍ଚା ହେଉଛି। ତଥା ବନ ବିଭାଗ ନଦୀ କୂଳରେ ପହଞ୍ଚି ତଦନ୍ତ ଚଳାଇଛି।

ସୂଚନାରୁ ପ୍ରକାଶ, ଗତବର୍ଷ ୫ ଜଣଙ୍କୁ କୁମ୍ଭୀର ଟାଣିନେଇଥିଲା। ସେମାନଙ୍କ ଭିତରୁ କିଏ ବାସନ ମାଜୁଥିଲେ ତ ଆଉ କିଏ ଗାଧୋଉଥିଲେ। ଆଜି ମଞ୍ଜୁଲତାଙ୍କ ନିଖୋଜ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

Advertisment

ରିପୋର୍ଟ- ପଟ୍ଟାମୁଣ୍ଡାଇରୁ ପ୍ରବୀର କୁମାର ନାୟକ

Kendrapara Crocodile Attack