Advertisment

ବୃଦ୍ଧଙ୍କୁ ଝାମ୍ପିନେଲା କୁମ୍ଭୀର, ମିଳୁନି ପତ୍ତା

ସବୁ ଦିନ ପରି ଆଜି ସକାଳେ ବି ଆଜାମ୍ବର ନିଜ ମଇଁଷିମାନଙ୍କୁ ଚରାଇବାକୁ ନଦୀ କୂଳକୁ ଯାଇଥିଲେ। ମଇଁଷିମାନେ ଜୋର ପାର ହୋଇ ଯାଇଥିବା ବେଳେ ସେମାନଙ୍କ ପଛେପଛେ ଆଜାମ୍ବର ଯାଉଥିଲେ।

gathering

gathering

Advertisment

ପୁଣି ଥରେ କେନ୍ଦ୍ରାପଡ଼ି ଜିଲ୍ଲାରେ ଆତଙ୍କ ଖେଳାଇଛି କୁମ୍ଭୀର। ଆଜି ସକାଳେ ମଇଁଷି ଚରାଇବାକୁ ଯାଇଥିବା ଜଣେ ଗ୍ରାମବାସୀଙ୍କୁ ଝାମ୍ପି ନେଇଛି କୁମ୍ଭୀର। ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଇଚ୍ଛାପୁର ଗାଁର ଆଜାମ୍ବର ନାୟକ(୫୮)। ଅଗ୍ନିଶମ କର୍ମଚାରୀ ଆଜାମ୍ବରଙ୍କୁ ନଦୀରେ ଖୋଜାଖୋଜି କରାଯାଉଥିଲେ ବି ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳି ପାରିନାହିଁ।

Advertisment

ସବୁ ଦିନ ପରି ଆଜି ସକାଳେ ବି ଆଜାମ୍ବର ନିଜ ମଇଁଷିମାନଙ୍କୁ ଚରାଇବାକୁ ନଦୀ କୂଳକୁ ଯାଇଥିଲେ। ମଇଁଷିମାନେ ଜୋର ପାର ହୋଇ ଯାଇଥିବା ବେଳେ ସେମାନଙ୍କ ପଛେପଛେ ଆଜାମ୍ବର ଯାଉଥିଲେ।

ମାତ୍ର ଉକ୍ତ ସମୟରେ ଛକି ରହିଥିବା କୁମ୍ଭୀରଟି ଆଜାମ୍ବରଙ୍କୁ ନଦୀକୁ ଟାଣି ନେଇଥିଲା। ଖବର ପାଇ ପରିବାର ଲୋକେ ଓ ଗ୍ରାମବାସୀ ନଦୀ କୂଳରେ ପହଞ୍ଚିଥିଲେ। ଏହାପରେ ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ୍‌ ପହଞ୍ଚି ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଆଜାମ୍ବରଙ୍କ ପତ୍ତା ମିଳି ପାରିନି। ଫଳରେ କୂଳରେ ଅପେକ୍ଷା କରିଥିବା ପରିବାର ଲୋକେ ମୁଣ୍ଡ ପିଟୁଛନ୍ତି।

Advertisment

ଆଳି ଥାନା ଅଞ୍ଚଳରେ ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ଅକାଳେ ନିରୀହ ଲୋକଙ୍କ ପ୍ରାଣହାନୀ ଘଟୁଛି। ଏହାପରେ ବି ବନ ବିଭାଗ ଚେତୁ ନ ଥିବା ବେଳେ ବିହିତ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଉଛି।

Kendrapada Crocodile Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe