Advertisment

ସ୍ତ୍ରୀ ସାମ୍ନାରୁ ସ୍ୱାମୀକୁ ଟାଣିନେଲା କୁମ୍ଭୀର

ଆଜି ସକାଳେ ନିମାଇଁ  ହଂସୁଆ ନଦୀରୁ ନିଜ ଚାଷ ଜମିକୁ ପାଣି ମଡାଉଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
crocodile

crocodile

ସ୍ତ୍ରୀ ସାମ୍ନାରୁ ଜଣେ ବ୍ୟକ୍ତିଙ୍କୁ ଟାଣିନେଲା କୁମ୍ଭୀର। କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଦକ୍ଷିଣଭେଡା ଗାଁ ଏହି ଅଘଟଣ ଘଟିଛି। ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ ନିମାଇଁ ମଳିକ।   ନିମାଇଁଙ୍କୁ ନଦୀରେ ଖୋଜାଖୋଜି କରାଯାଉଛି। ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।

Advertisment

ଆଜି ସକାଳେ ନିମାଇଁ  ହଂସୁଆ ନଦୀରୁ ନିଜ ଚାଷ ଜମିକୁ ପାଣି ମଡାଉଥିଲେ। ତାଙ୍କ ସ୍ତ୍ରୀ ମଧ୍ୟ ସ୍ୱାମୀଙ୍କୁ କାମରେ ସାହାଯ୍ୟରେ କରୁଥିଲେ। ଏହି ସମୟରେ ଏକ କୁମ୍ଭୀର ନଦୀରୁ ଆସି ନିମାଇଁଙ୍କୁ ଟାଣି ନେଇ ପଳାଇଥିଲା। ନିମାଇଁକୁ କୁମ୍ଭୀର ନିକଟରୁ ବଞ୍ଚାଇବାକୁ ସ୍ତ୍ରୀ ଯେତେ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। କୁମ୍ଭୀର ନିମାଇଁଙ୍କୁ ନଦୀକୁ ଟାଣିନେଇଥିଲା। ପରେ ନିମାଇଁଙ୍କ ସ୍ତ୍ରୀ  ଘଟଣା ବିଷୟରେ ପରିବାର ଲୋକ ଓ ଗ୍ରାମବାସୀଙ୍କୁ କହିଥିଲେ।

ଗ୍ରାମବାସୀ, ପୁଲିସ ଓ ଅଗ୍ନିଶମ କର୍ମଚାରୀ  ଘଟଣାସ୍ଥଳରେ ପହଞ୍ଚି ନିମାଇଁକୁ ନଦୀରେ ଖୋଜାଖୋଜି କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।

Advertisment
Kendrapada