Advertisment

ବଜ୍ରାଘାତରେ ଦଣ୍ଡୁଆ ମୃତ

ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ଦଣ୍ଡୁଆମାନେ।

author-image
Biswajit Samal
ଅଦ୍ୟତନ ହୋଇଛି
Dandua

Dandua

ବଜ୍ରାଘାତରେ ଚାଲିଗଲା ଜଣେ ଦଣ୍ଡୁଆଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସଦର ଥାନା ଅଞ୍ଚଳରେ। ମୃତକଙ୍କ ନାଁ ହେଉଛି ପ୍ରଭାତ କହଁର। ତାଙ୍କ ଘର ବୌଦ୍ଧର ହରିପୁର ଗାଁରେ।

Advertisment

ସୁଡୁରୁକୁମ୍ପା ଦଳପଡ଼ା ଗାଁରେ ଦଣ୍ଡନାଚ ଚାଲିଥିବା ବେଳେ ହଠାତ୍ ବଜ୍ରାଘାତ ହୋଇଥିଲା। ଫଳରେ ପ୍ରଭାତ ଗୁରୁତର ହୋଇଥିଲେ। ଗ୍ରାମବାସୀଙ୍କ ସହଯୋଗରେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପ୍ରଭାତଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ଦଣ୍ଡୁଆମାନେ।

Lightening Death Dandua