Advertisment

ମାଟି ତଳେ ଚାପି ହୋଇଗଲେ ବାପଝିଅ; ଚାଲିଗଲା ଛୁଆର ଜୀବନ

ଆଜି ସକାଳେ ଈଶ୍ୱର ଓ ତାଙ୍କ ଝିଅ ରେଙ୍ଗାଲି କେନାଲ ବନ୍ଧ ନିକଟକୁ ଶୌଚ ହେବା ପାଇଁ ଯାଇଥିଲେ। ଏହି ସମୟରେ ସେମାନଙ୍କ ଉପରେ ମାଟି ଅତଡ଼ା ଖସି ପଡ଼ିଥିଲା।

ଅଦ୍ୟତନ ହୋଇଛି
Earth collapses

Earth collapses

Advertisment

କେନାଲ ବନ୍ଧକୁ ଶୌଚ ହେବା ପାଇଁ ଯିବା ବେଳେ ବାପାଝିଅଙ୍କ ଉପରେ ଖସିଲା ମାଟି ଅତଡ଼ା। ମାଟି ତଳେ ଚାପି ହୋଇ ୮ବର୍ଷ ଝିଅର ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଆହତ ହୋଇଛନ୍ତି। ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ନଡ଼ିଆଭଙ୍ଗା ବାଉଁଶନଳୀ ଗାଁରେ ଏହି ଅଘଟଣ ଘଟିଛି। ମୃତକ ହେଲେ ବାଉଁଶନଳୀ ଗାଁର ଈଶ୍ୱର ମୁଣ୍ଡା ଓ ତାଙ୍କ ଝିଅ ଗୀତା ମୁଣ୍ଡା। ଈଶ୍ୱର ମୁଣ୍ଡାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

Advertisment

ଆଜି ସକାଳେ ଈଶ୍ୱର ଓ ତାଙ୍କ ଝିଅ ରେଙ୍ଗାଲି କେନାଲ ବନ୍ଧ ନିକଟକୁ ଶୌଚ ହେବା ପାଇଁ ଯାଇଥିଲେ। ଏହି ସମୟରେ ସେମାନଙ୍କ ଉପରେ ମାଟି ଅତଡ଼ା ଖସି ପଡ଼ିଥିଲା। ବାପ ଝିଅ ମାଟି ତଳେ ପୋତି ହୋଇଯାଇଥିଲେ। ସ୍ଥାନୀୟ ଲୋକ ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ବାପାଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୁକିନ୍ଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଝିଅକୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଈଶ୍ୱରଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏପରି ଅଘଟଣ ଘଟିଛି ବୋଲି ମୃତାହତଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏଥିସହ ମୃତାହତଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

Advertisment
Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe