Advertisment

ସ୍କୁଲ ବସ୍‌ରେ ଲାଗିଗଲା ନିଆଁ

ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

Fire

Fire

Advertisment

ଛାତ୍ରଛାତ୍ରୀଙ୍କୁ ସ୍କୁଲ ନେଇ ଯିବା ବେଳେ ବସ୍‌ରେ ଲାଗିଗଲା ନିଆଁ। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲେ ଛାତ୍ରଛାତ୍ରୀ। ଘଟଣା ଘଟିଛି ପୁରୀ ଜିଲ୍ଲା କୋଣାର୍କ ରାସ୍ତାର ବାୟାକୂଦା ଗାଁ ନିକଟରେ।

Advertisment

ଆଜି ସକାଳେ ଘରୋଇ ସ୍କୁଲ ବସ୍‌ଟି ଛାତ୍ରଛାତ୍ରୀଙ୍କ ନେଇ ସ୍କୁଲ ଯାଉଥିଲା। ବାୟାକୁଦା ଛକ ନିକଟରେ ବସ୍ ଟାୟାରରୁ ନିଆଁ ବାହାରିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଡ୍ରାଇଭରକୁ କହିଥିଲେ। ଡ୍ରାଇଭର ଗାଡ଼ି ଅଟକାଇ ବସ୍‌ରେ ଥିବା ପିଲାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହା ସହ ନିଆଁ ଲିଭାଇବା ପାଇଁ ଦମକଳ ବାହିନୀକୁ ଫୋନ୍ କରିଥିଲେ।

ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏତେବଡ଼ ଦୁର୍ଘଟଣାରେ କାହାର କିଛି ହୋଇ ନଥିଲା। 

Advertisment
Puri Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe