Advertisment

କଟକରୁ ଫେରୁଥିବା ବେଳେ ନିଖୋଜ ହୋଇଯାଇଥିଲେ ୨ ଯୁବକ, ରାସ୍ତାକଡ଼ରୁ ମିଳିଲା ମୃତଦେହ

ଦିଲ୍ଲୀପ ଓ ଅଭିଜିତ ଗତକାଲି ରାତିରେ ବାଇକ ଯୋଗେ କଟକରୁ ଘରକୁ ଫେରୁଥିଲେ।

Dead Body

Dead Body

Advertisment

ବାଇକରେ କଟକରୁ ଫେରୁଥିବା ବେଳେ ନିଖୋଜ ହୋଇଯାଇଥିବା ଜଗତସିଂହପୁର ଜିଲ୍ଲାର ୨ ଜଣ ଯୁବକଙ୍କ ମୃତଦେହ ଆଜି ରାସ୍ତାକଡ଼ରୁ ମିଳିଛି। ଜଗତସିଂହପୁର-ତାରପୁର ରାସ୍ତାର ଏକ ସ୍ଥାନରୁ ସେମାନଙ୍କ ମୃତଦେହ ଓ ବାଇକ ମିଳିଛି।

Advertisment

ମୃତକ ଦ୍ୱୟ ହେଉଛନ୍ତି, ଗୋପାଳପୁର ଗାଁର କୃଷ୍ଣଚନ୍ଦ୍ର ସାହୁଙ୍କ ପୁଅ ଦିଲ୍ଲୀପ ସାହୁ ଓ ଅକ୍ଷୟ ସିଂହଙ୍କ ପୁଅ ଅଭିଜିତ ସିଂହ। ସେମାନଙ୍କୁ କୌଣସି ଗାଡ଼ି ଧକ୍କା ଦେଇ ପଳାଇଥିବା କୁହାଯାଉଛି।

ଦିଲ୍ଲୀପ ଓ ଅଭିଜିତ ଗତକାଲି ରାତିରେ ବାଇକ ଯୋଗେ କଟକରୁ ଘରକୁ ଫେରୁଥିଲେ। କିନ୍ତୁ ଘରେ ପହଞ୍ଚି ନଥିଲେ। ଘର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ସେମାନଙ୍କୁ ପାଇ ନଥିଲେ। ଆଜି ସନ୍ଧ୍ୟାରେ ଖୋଜାଖୋଜି କରିବା ବେଳେ ଗୋପାଳପୁର ଗାଁଠାରୁ ପ୍ରାୟ ୫ କିମି ଦୂରରେ ଜଗତସିଂହପୁର-ତାରପୁର ରାସ୍ତାକଡ଼ରୁ ସେମାନଙ୍କ ମୃତଦେହ ମିଳିଥିଲା। ସେଠାରେ ବାଇକଟି ମଧ୍ୟ ପଡ଼ିଥିଲା।

Advertisment

ପୁଲିସ୍ ମୃତଦେହ ଦୁଇଟିକୁ ଜବତ କରି ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ମୃତଦେହ ଦୁଇଟିର ବ୍ୟବଚ୍ଛେଦ ହେବ। ପୁଲିସ ଘଟଣାର ଖୋଳତାଡ଼ କରୁଛି।

Road Accident Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe