Advertisment

ମୋ’ ଆଖି ଆଗରେ ଭାସୁଥିଲା ଶବ... ସେ ଦୃଶ୍ୟ କେବେ ଭୁଲି ପାରିବିନି...

ବର୍ଷା ଯୋଗୁ ତୀସ୍ତା ନଦୀରେ ନିର୍ମାଣ ହୋଇଥିବା ଡ୍ୟାମ୍‌କୁ ପ୍ରବଳ ବର୍ଷା ପାଣି ପଶି ଆସିଥିଲା। ଆଉ ତା’ପରେ ଭାଙ୍ଗି ଯାଇଥିଲା ଡ୍ୟାମ୍‌। ନଦୀ ବନ୍ଧ ଭାଙ୍ଗିବାରେ ଜଳ ପ୍ରଳୟ ସୃଷ୍ଟି ହୋଇଥିଲା। ରେମ୍ପୋ ସହର ଭିତରେ ପଶି ଯାଇଥିଲା ପାଣି।

ଅଦ୍ୟତନ ହୋଇଛି
Puri

Puri

Advertisment

ମୋ’ ଆଖି ଆଗରେ ଭାସୁଥିଲା କୁଢ କୁଢ ଶବ... ସେ ଦୃଶ୍ୟ ଥିଲା ଛାତି ଥରା, ଦାରୁଣ। ସେ ଦୃଶ୍ୟ ଜୀବନରେ କେବେ ଭୁଲି ପାରିବିନି। ମୃତ୍ୟୁ ମୁହଁରୁ ଫେରିବା ପରେ ଏମିତି କହିଛନ୍ତି ନଫିଶା ଜାହାନ୍‌। ଆଉ ବର୍ଣ୍ଣନା କରିଛନ୍ତି, ସେ ରାତିର କୋହଭରା ଚିତ୍ର। ଘରେ ପହଞ୍ଚିବା ପରେ ଆଜି ସେ କହିଛନ୍ତି, ମୋ ସାଙ୍ଗର ଫୋନ୍‌ କଲ୍‌ ମୋତେ ବଞ୍ଚାଇଦେଲା।

Advertisment

ସିକ୍କିମ୍‌ର ରମ୍ପୋ ସହର। ତୀସ୍ତା ନଦୀ କୂଳରେ ଏହି ସହରଟି ଅବସ୍ଥିତ। ରମ୍ପୋ ସହରରେ ଥିବା ଆଲକେମ୍‌ ମେଡ଼ିସିନ୍‌ କମ୍ପାନୀରେ ଗତ ୩ ବର୍ଷ ହେଲା କାମ କରୁଥିଲେ ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ମୂର୍ତ୍ତୁତାଜା ଫଜଲ୍‌ ଅଲ୍ଲୀ ଖାଁଙ୍କ ସାନ ଝିଅ ନଫିଶା ଜାହାନ୍‌। ସବୁ ଦିନ ପରି ଗତ ୩ ତାରିଖ ରାତିରେ ପୂରା ସହର ଶୋଇଥିଲା। ବାହାରେ ପ୍ରବଳ ବର୍ଷା ହେଉଥିଲା। ବିଳମ୍ୱିତ ରାତିରେ ତୀସ୍ତା ନଦୀର ଉପର ମୁଣ୍ଡରେ ବାଦଲ ଫଟା ବର୍ଷା ହୋଇଥିଲା।

ବର୍ଷା ଯୋଗୁ ତୀସ୍ତା ନଦୀରେ ନିର୍ମାଣ ହୋଇଥିବା ଡ୍ୟାମ୍‌କୁ ପ୍ରବଳ ବର୍ଷା ପାଣି ପଶି ଆସିଥିଲା। ଆଉ ତା’ପରେ ଭାଙ୍ଗି ଯାଇଥିଲା ଡ୍ୟାମ୍‌। ନଦୀ ବନ୍ଧ ଭାଙ୍ଗିବାରେ ଜଳ ପ୍ରଳୟ ସୃଷ୍ଟି ହୋଇଥିଲା। ରେମ୍ପୋ ସହର ଭିତରେ ପଶି ଯାଇଥିଲା ପାଣି। କହିବାକୁ ଗଲେ ପୂରା ସହର ଜଳମଗ୍ନ ହୋଇଯାଇଥିଲା। ତାହାରି ଭିତରେ ନିଘୋଡ଼ ନିଦରେ ଶୋଇ ପଡ଼ିଥିଲେ ନଫିଶା ଜାହାନ୍‌। ରାତି ପ୍ରାୟ ୩ ଟା ବେଳେ ତାଙ୍କୁ ତାଙ୍କ ବାରିପଦା ସାଙ୍ଗ ଫୋନ୍‌ କରିଥିଲେ। ଆଉ ଫୋନ୍‌ ରିସିଭ କରିବା ପରେ ବନ୍ୟା ନେଇ ସେ କହିଥିଲେ।

Advertisment

ଠିକ୍‌ ସେହି ସମୟରେ ତୀସ୍ତା ନଦୀରେ ଡ୍ୟାମ୍‌ ଭାଙ୍ଗିଥିବା ଘୋଷଣା କରାଯାଉଥିବା ନଫିଶା ଜାହାନ୍‌ ଶୁଣିବାକୁ ପାଇଥିଲେ। ଆଉ କାଳ ବିଳମ୍ୱ ନକରି ମୋବାଇଲ୍‌ ଓ ସାର୍ଟିଫିକେଟ୍‌ ଥିବା ବ୍ୟାଗ ଧରି ଘରର ଉପର ମହଲାକୁ ପଳାଇ ଯାଇଥିଲେ। ସେତେବେଳକୁ ପ୍ରଥମ ମହଲା ବୁଡ଼ି ଯାଇଥିଲା। ଧୀରେ ଧୀରେ ଜଳ ସ୍ତର ବଢ଼ୁଥିବାରୁ ଭୟ ମଧ୍ୟ ଲାଗୁଥିଲା। ତା’ପରେ ଉଦ୍ଧାରକାରୀ ଦଳ ମାଧ୍ୟମରେ ସେ ଉଚ୍ଚ ସ୍ଥାନକୁ ପଳାଇ ଯାଇଥିଲେ। ସେଠାରେ ଦୁଇ ଦିନ ଧରି ରହିଥିଲେ। ବିସ୍କୁଟ ଖାଇ ପ୍ରାଣ ବଞ୍ଚାଇଥିଲେ।

ସେଠାରେ ରହଣୀ ବେଳେ ଦେଖିବାକୁ ପାଇଥିଲେ ଛାତି ଥରା ଦୃଶ୍ୟ। ପାଣିରେ ଅଳିଆ ସହିତ ଭାସୁଥିଲା କୁଢ କୁଢ ଶବ। ଆଉ ଶୁଣିବାକୁ ମିଳୁଥିଲା ଚିତ୍କାର। କିଏ ବଞ୍ଚାଅ ବଞ୍ଚାର କହି ଚିତ୍କାର କରୁଥିଲା ତ ଆଉ କିଏ ଛାତି ଫଟାଇ କାନ୍ଦୁଥିଲା। ତୀସ୍ତାର ଭୟଙ୍କର ଗର୍ଜନ ଭିତରେ ଏ ବୁକୁଫଟା ଚିତ୍କାର ନଫିଶା ଜାହାନ୍‌ଙ୍କୁ ହୃଦୟକୁ ଦୋହଲାଇ ଦେଉଥିଲା। ହେଲେ ସେ କ’ଣ କରିବେ? ସେ ମଧ୍ୟ କାହା ସହାୟତା ଅପେକ୍ଷାରେ। କେବଳ ସେ ଦାରୁଣ ଚିତ୍ରକୁ ଦେଖିବା ଛଡ଼ା ଆଉ କିଛି କରିପାରୁନଥିଲେ।

ଦୁଇ ଦିନ ପରେ ମାଟି କାଦୁଅରେ ଦୁଇ କିମି ଚାଲି ଚାଲି ସିକ୍କିମ୍‌ର ସିଲଗୁଡ୍‌ରେ ପହଞ୍ଚିଥିଲେ ନଫିଶା ଜାହାନ୍‌। ସେଠାରୁ ଟ୍ରେନ୍‌ରେ ଘରକୁ ଫେରିଛନ୍ତି ନଫିଶା। ଘରେ ପହଞ୍ଚିବା ପରେ ସେ କହିଛନ୍ତି, ମୋ’ ସାଙ୍ଗର ଫୋନ୍‌ କଲ ମୋ’ ଜୀବନ ବଞ୍ଚାଇ ଦେଲା। ସିଏ ଫୋନ୍‌ କରିନଥିଲେ ମୁଁ ଘରେ ପହଞ୍ଚି ପାରିନଥାଆନ୍ତି ନଫିଶା କହିଛନ୍ତି।

ସେପଟେ ନଫିଶା ଘରେ ପହଞ୍ଚିଲେ, ହେଲେ ଏବେ ମଧ୍ୟ ଗୋପ ବ୍ଳକ୍‌ର ଆଉ ଦୁଇ ଜଣ ଯୁବକ ଘରେ ପହଞ୍ଚି ନାହାନ୍ତି। ସେମାନେ ହେଲେ କୁଷୁପୁରୁ ଗାଁର ଆଶିଷ ସାହୁ ଓ ବିଷରପୁର ଗାଁର ସଞ୍ଜୟ ବେହେରା। ଯେଉଁଥିପାଇଁ ପରିବାରରେ ଭୟର ବାତାବରଣ ଖେଳି ଯାଇଛି।

ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି

Puri Sikkim Sikkim Flash Floods
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe