Advertisment

ହୋଟେଲ୍‌ରୁ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ଗତ ୧୧ ତାରିଖରେ ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ୱରରେ ଥିବା ଏକ ହୋଟେଲରେ ପଶ୍ଚିମବଙ୍ଗ ରାଜ୍ୟରେ ପଶ୍ଚିମମେଦିନପୁର ଜିଲ୍ଲା ବକ୍ସିବଜାର ବିବେକ ନାଗ ରହୁଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Deadbody

Deadbody

ହୋଟେଲ୍‌ରୁ ବଙ୍ଗୀୟ ପର୍ଯ୍ୟଟକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ହୋଟେଲ୍‌ ମାଲିକଙ୍କଠାରୁ ଖବର ପାଇ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

Advertisment

ଗତ ୧୧ ତାରିଖରେ ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ୱରରେ ଥିବା ଏକ ହୋଟେଲରେ ପଶ୍ଚିମବଙ୍ଗ ରାଜ୍ୟରେ ପଶ୍ଚିମମେଦିନପୁର ଜିଲ୍ଲା ବକ୍ସିବଜାର ବିବେକ ନାଗ ରହୁଥିଲେ। ଆଜି ସକାଳେ ସେ କବାଟ ଖୋଲିନଥିଲେ। ହୋଟେଲ୍‌ କର୍ମଚାରୀମାନେ ଯେତେ ଡାକିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ। ଯେଉଁଥିପାଇଁ ହୋଟେଲ୍‌ କର୍ମଚାରୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା।

ହୋଟେଲ୍‌ ମାଲିକ ଏନେଇ ତାଲସାରୀ ମାରାଇନ୍‌ ଥାନାକୁ ଖବର ଦେଇଥିଲେ। ଭୋଗରାଇ ଅତିରିକ୍ତ ତହସିଲଦାର ଓ ମେରାଇନ୍‌ ଥାନା ପୁଲିସ୍‌ ହୋଟେଲ୍‌ରେ ପହଞ୍ଚିଥିଲେ। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୁଲିସ୍‌ କବାଟି ଭାଙ୍ଗିଥିଲେ। ସେତେବେଳେ ବିବେକ ନାଗ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Advertisment

ସେପଟେ ପୁଲିସ୍‌ ଏନେଇ ପରିବାର ଲୋକଙ୍କୁ ଖବର ଦେଇଛି। ପରିବାର ଲୋକେ ପହଂଚିବା ପରେ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡିବ ବୋଲି ପୁଲିସ୍‌ ସନ୍ଦେହ କରୁଛି।

ରିପୋର୍ଟ-ଅଜିତ କୁମାର ଦାସ

Balasore