Pant,Shirt
ନାଳରେ ବୁଡ଼ି ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ୍ ବୁଢ଼ାପଡ଼ା ଅପଗ୍ରେଡ୍ ହାଇସ୍କୁଲର ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାଁ କେଶବ ଜଗତ।
ବୁଢ଼ାପଡ଼ା ଗାଁର ରୁଦ୍ର ମାଧବ ଜଗତ ଓ ସବିତା ଜଗତଙ୍କ ପୁଅ କେଶବ ସବୁଦିନ ପରି ଆଜି ବି ସ୍କୁଲକୁ ଆସିଥିଲେ। ଦିନ ପ୍ରାୟ ଦୁଇଟା ବେଳେ ସେ ସ୍କୁଲ୍ ନିକଟସ୍ଥ ନାଳକୁ ଶୌଚ ହେବାକୁ ଯାଇଥିଲେ ବୋଲି ଜଣାପଡ଼ିଛି। ତେବେ ସେ ନାଳରେ ବୁଡ଼ି ଯାଇଥିଲେ। କେଶବଙ୍କୁ ଉଦ୍ଧାର କରାଯିବା ପରେ ପରିବାର ଲୋକେ ତାଙ୍କୁ ଖଡ଼ିଆଳ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହାପରେ ପରିବାର ଲୋକେ ଓ ଉତ୍ତ୍ୟକ୍ତ ଗ୍ରାମବାସୀ ସ୍କୁଲ ଘେରାଉ କରିବା ସହ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଯୋଶ ଓ ଅନ୍ୟ ଶିକ୍ଷକମାନଙ୍କୁ ତାଲା ପକାଇ ଦେଇଛନ୍ତି। ଏହା ସହିତ ସେମାନେ ଖଡ଼ିଆଳ-ବୋଡେ଼ନ ରାସ୍ତା ଅବରୋଧ କରିଛନ୍ତି। ଖଡ଼ିଆଳ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Pant_Shirt_1692616822.jpg)