Advertisment

ବେଳାଭୂମିରୁ ମିଳିଲା ପର୍ଯ୍ୟଟକଙ୍କ ମୃତଦେହ

ଉଦୟପୁର ବେଳାଭୂମିରେ ଶନିବାର (ଗତକାଲି) ବଙ୍ଗୀୟ ପର୍ଯ୍ୟଟକ ଗାଧୋଉଥିଲେ। ସେଇ ସମୟରେ ହଠାତ ସୁଅରେ ଭାସିଯାଇଥିଲେ।

Udaipur Beach

Udaipur Beach

Advertisment

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଉଦୟପୁର ବେଳାଭୂମିରୁ ଠାବ ହେଲା ହେଲା ଏକ ଯୁବକଙ୍କ ମୃତ ଦେହ। ମୃତକ ହେଲେ ଜଣେ ବଙ୍ଗୀୟ ପର୍ଯ୍ୟଟକ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ଉଦୟପୁର ବେଳାଭୂମିରେ ଶନିବାର (ଗତକାଲି) ବଙ୍ଗୀୟ ପର୍ଯ୍ୟଟକ ଗାଧୋଉଥିଲେ। ସେଇ ସମୟରେ ହଠାତ ସୁଅରେ ଭାସିଯାଇଥିଲେ। ତଙ୍କ ସହଥିବା ଅନ୍ୟ ବନ୍ଧୁ ମାନେ ଅନେକ ସମୟ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର ପତା ମିଳିନଥିଲା। ଏନେଇ ତଳସାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଅଭିଯୋକ ପରେ ପୁଲିସ ଖୋଜାଖୋଜି ଆରମ୍ଭ କରିଥିଲା। ଆଜି ପୂର୍ବାହ୍ନ ସମୟରେ ସେହି ଉଦୟପୁର ବେଳାଭୂମିରରୁ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ଠାବ କରିଛି ପୁଲିସ। ଅନ୍ୟପଟେ ପରିବାର ଲୋକେ ପହଞ୍ଚିବା ପରେ ମୃତଦେହକୁ ଜଳେଶ୍ୱରପୁର ମେଡିକାଲ ନେଇଥିଲେ। ସେଠାରେ ତାଙ୍କର ବ୍ୟବଛେଦ କରାଯାଇଛି।

Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe