Advertisment

ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ବ୍ୟାଙ୍କ କର୍ମଚାରୀ, ମିଳିଲା...

ଭଦ୍ରକ ଜିଲ୍ଲା କେନ୍ଦୁଆପଦା ରେଲୱେ ଷ୍ଟେସନ ଧାରଣାରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଠାବ ହୋଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Suicide Case

Suicide Case

ଭଦ୍ରକ ଜିଲ୍ଲା କେନ୍ଦୁଆପଦା ରେଲୱେ ଷ୍ଟେସନ ଧାରଣାରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଠାବ ହୋଇଛି। ମୃତକ ସାବରଙ୍ଗ ଥାନା ଅଧିନ କେଦାରପୁର ପଞ୍ଚାୟତ ଶେରପୁର ଗ୍ରାମର ଲଲାଟେନ୍ଦୁ ବାରିକ। ତେବେ ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

Advertisment

ଲଲାଟେନ୍ଦୁ ବାରିକ ୟୁନିଅନ ବ୍ୟାଙ୍କରେ କାର୍ଯ୍ୟରତ ଥିଲେ। ଗତ କାଲି ସନ୍ଧ୍ୟାରେ ସେ ବ୍ୟାଙ୍କରୁ ବାହାରିଥିଲେ, ମାତ୍ର ଘରେ ପହଞ୍ଚି ନ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ବିଳମ୍ବିତ ରାତିରେ ରେଳ ଧାରଣା ନିକଟରୁ ତାଙ୍କ ସ୍କୁଟି ଠାବ କରିଥିଲେ। ଏହାପରେ ଟ୍ରାକ୍‌ରେ ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ସେ ଟ୍ରେନ୍ ଆଗକୁ ଡେଇଁଲେ ତାହା ଅସ୍ପଷ୍ଟ ରହିଛି। 

Advertisment

ଲଲାଟେନ୍ଦୁ ଅବିବାହିତ ଥିବା ବେଳେ ସେ ୟୁନିଅନ ବ୍ୟାଙ୍କରେ କାର୍ଯ୍ୟରତ ଥିଲେ । ମାତ୍ର ଦୁଇ ଦିନ ତଳେ ସେ ବ୍ୟାଙ୍କରୁ ଇସ୍ତଫା ଦେଇଥିବା ପରିବାର ଲୋକେ କହିଥିଲେ। ଏହା ପଛର କାରଣ କ’ଣ ସେମାନେ ତାହା ସ୍ପଷ୍ଟ ଭାବେ କହି ପାରୁ ନାହାନ୍ତି। ତେବେ ଏବେ  ପୁଅର ଏପରି ମୃତ୍ୟୁ ପରିବାର ଲୋକଙ୍କୁ ଶକ୍ତ ଧକ୍କା ଦେଇଥିବା ବେଳେ ସେମାନଙ୍କ ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡ଼ିଛି। 

Suicide Bhadrak Train