Advertisment

ଟ୍ରାକ୍‌ରୁ ମିଳିଲା ପତିପତ୍ନୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

ସ୍ଥାନୀୟ ଲୋକେ ଟ୍ରାକ୍‌ରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ପ୍ରଥମେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ପୁଲିସ୍‌କୁ ସୂଚନା ଦେଇଥିଲେ।

ଅଦ୍ୟତନ ହୋଇଛି
Train

Train

Advertisment

ଟ୍ରାକ୍‌ରୁ ମିଳିଲା ପତିପତ୍ନୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ। ଏପରି ଏକ ହୃଦୟ ବିଦାରକ ଘଟଣା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଘଟିଛି। ଆଜି ସକାଳେ ଲକ୍ଷ୍ମୀପୁର ରେଲୱେ ଷ୍ଟେସନ ନିକଟସ୍ଥ ଭୂଇପାଟନି ଗାଁ ନିକଟରେ ଯାଇଥିବା ରେଲୱେ ଟ୍ରାକ୍‌ରେ ଉଭୟଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି।

Advertisment

ସ୍ଥାନୀୟ ଲୋକେ ଟ୍ରାକ୍‌ରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ପ୍ରଥମେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ପୁଲିସ୍‌କୁ ସୂଚନା ଦେଇଥିଲେ। 

 ଲକ୍ଷ୍ମୀପୁର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରଥମେ ମୃତକଦ୍ୱୟଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନେ ଲକ୍ଷ୍ମୀପୁର ଥାନା ବୁର୍ଜା ଗାଁର ବୋଲି ସୂଚନା ମିଳିଛି। ମୃତ ପତିପତ୍ନୀ ବୁର୍ଜା ଗାଁର ବୁରୁସ୍ ଖୁରା ୫୮ଏବଂ ସ୍ତ୍ରୀ ଯମୁନା ଖୁରା ୫୪ ବୋଲି ଜଣାପଡ଼ିଛି । ଉଭୟଙ୍କର ୨ ଟି ପୁଅ ଗୋଟିଏ ଝିଅ ରହିଛନ୍ତି ।

Advertisment

ତେବେ କିପରି ଓ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ହେଲା ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନି। ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିଥିବା ବେଳେ ପୁଲିସ୍‌ ବ୍ୟବଚ୍ଛେଦ ପାଇଁ ପଠାଇଛି। 

ପାରିବାରିକ କଳହରୁ ଉଭୟ ଏପରି ଚରମ ପଦକ୍ଷେପ ଉଠାଇଛନ୍ତି ନା ଏହା ପଛରେ କିଛି ଷଡଯନ୍ତ୍ର ରହିଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌ ।

Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe