Advertisment

କାଲି ଭାସିଯାଇଥିଲେ କାଉଡ଼ିଆ, ଆଜି ମିଳିଲା ମୃତଦେହ

ଭଦିମୂଳ ଘାଟ ନିକଟରୁ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ ।

author-image
Niharika Rout
Biswajit & Deadbody

Biswajit & Deadbody

କଟକ ମହାନଦୀରେ ଗତକାଲି ଭାସି ଯାଇଥିବା କାଉଡ଼ିଆ ବିଶ୍ୱଜିତ ବେହେରାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଭଦିମୂଳ ଘାଟ ନିକଟରୁ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ ।

Advertisment

ଗତକାଲି ପାଣି ଉଠାଇଲା ବେଳେ ତିନିଘରିଆର ବିଶ୍ୱଜିତ ବେହେରା ଭାସି ଯାଇଥିଲେ । ଘଟଣା ସଂପର୍କରେ ଖବର ପାଇଁ ଗତକାଲି ସନ୍ଧ୍ୟାରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଅନ୍ଧାର ଯୋଗୁଁ ସର୍ଚ୍ଚ ଅପରେସନ ସ୍ଥଗିତ ଥିଲା।

ଆଜି ସକାଳୁ ପୁଣି ଥରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ। କିଛି ଘଣ୍ଟାର ଖୋଜାଖୋଜି ପରେ ଭଦିମୂଳ ଘାଟ ନିକଟରୁ ବିଶ୍ୱଜିତଙ୍କ ମୃତଦେହ ଉଦ୍ଧାର କରି ଅଗ୍ନିଶମ କର୍ମଚାରୀ କୂଳକୁ ଆଣିଥିଲେ। ସେଠାରୁ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କଟକ ଏସସିବିକୁ ପଠାଇ ଦିଆଯାଇଛି।

Advertisment

ପୁଅର ମୃତଦେହ ଉଦ୍ଧାର ହେବା ପରେ ବିଶ୍ୱଜିତଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ହସଖୁସିରେ ଶିବଙ୍କୁ ଜଳଲାଗି ନିମନ୍ତେ ଘରୁ ପୁଅ ଗୋଡ଼ କାଢ଼ିଥିବା ବେଳେ ଏବେ ତା’ର ମୃତ୍ୟୁ ଘଟଣାକୁ ସେମାନେ ବିଶ୍ୱାସ କରି ପାରୁ ନାହାନ୍ତି।

Cuttack Drowning